ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ଭିଭୋ ଭାରତରେ ଏହାର ବହୁ ପ୍ରତିକ୍ଷୀତ Vivo S1 Pro ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଦେଇଛି। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି, ଏଥିରେ ୪୮ ମେଗାପିକ୍ସେଲର କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ଡାଇମଣ୍ଡ୍‌ ସେପ୍‌ରେ ଦେଖିବାକୁ ମିଳିବ। ଏଥିରେ ୮ଜିବିର ରାମ୍‌ ଏବଂ ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ସୂଚନାଯୋଗ୍ୟ, ଗତ ବର୍ଷ ମେ’ ମାସରେ ଏହି ସ୍ମାର୍ଟଫୋନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା।

ଭାରତରେ Vivo S1 Pro ସ୍ମାର୍ଟଫୋନ୍‌ର ମୂଲ୍ୟ ୧୯,୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। 8GB ରାମ୍‌ + 128GB ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ବିଶିଷ୍ଟ ଏହି ସ୍ମାର୍ଟଫୋନ୍‌ ୩ଟି କଲର ଭାରିଏଣ୍ଟ ଲଞ୍ଚ୍‌ କରାଯାଇଛି। ଏହାର ବିକ୍ରି ଆସନ୍ତାକାଲିଠୁ ଆରମ୍ଭ ହେବ। ଗ୍ରାହକ ଏହାକୁ ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ। ଅନ୍‌ଲାଇନ୍‌ରେ ଭିଭୋ ଇଣ୍ଡିଆ ଷ୍ଟୋର ଏବଂ ଇ-କମର୍ସ ସାଇଟ୍‌ ଆମଜନ ଏବଂ ଫ୍ଲିପ୍‌କାର୍ଟରେ ଏହାକୁ ବିକ୍ରି କରାଯିବ।

ସ୍ପେସିଫିକେସନ

  • ୬.୩୮ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍‌ ସୁପର ଆମୋଲେଡ୍‌ ଡିସ୍‌ପ୍ଲେ
  • ୮ଜିବ ରାମ୍‌ ଏବଂ ୧୨୮ ଜିବି ରୋମ୍‌
  • ଆଣ୍ଡ୍ରଏଡ୍‌ ୯ ଭର୍ସନ ଥିବା ଫନ୍‌ଟଚ୍‌ ଓଏସ୍‌ ୯.୨
  • ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର
  • ୪୮ ମେଗାପିକ୍ସେଲ ରିଅର କ୍ୟାମେରା
  • ୩୨ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment