ଓଡ଼ିଶାଲାଇଭ୍ ବ୍ୟୁରୋ

ସିଆରପିଏଫ୍ ଯବାନଙ୍କୁ ମନା ହେଲା ସ୍ମାର୍ଟଫୋନ୍। ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ସିଆରପିଏଫ୍ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ନିର୍ଦ୍ଦେଶାନାମା ଅନୁସାରେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହୋଇଥିବା ଯବାନମାନେ ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ନାହିଁ। ଏଥିସହ ସିଆରପିଏଫ୍ ଅଧିକାରୀମାନେ ମଧ୍ୟ ଅଫିସ ଭିତରେ ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ ନାହିଁ। ଏହି ଫୋନରେ ଭିଡିଓ ରେକର୍ଡିଂ ଓ ଅନ୍ୟ କେତେକ ଜିନିଷ ରେକର୍ଡିଂ ହୋଇପାରୁଥିବାରୁ ଏହା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ସିଆରପିଏଫ୍ ଯବାନ ଓ ଅଧିକାରୀଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ବାରଣ କରାଯାଇଛି।BGU

ଯବାନମାନେ ସ୍ମାର୍ଟଫୋନ୍ ଧରି ମୁତୟନ ହୋଇଥିବା ସ୍ଥାନ, ସମ୍ମିଳନୀ କକ୍ଷ କିମ୍ବା ଅପରେସନ ରୁମକୁ ଯାଇପାରିବେ ନାହିଁ। ଯଦି କେହି ଯବାନ ଫୋନ୍ ନେଇ ଅଫିସ୍ ଆସିଥିବେ ତେବେ ତାକୁ ନିର୍ଦ୍ଧିଷ୍ଟ କାଉଣ୍ଟରରେ ରଖିବାକୁ ପଡ଼ିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here