ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁର ଜିଲ୍ଲା ବାସାଗୁଡ଼ାରେ ଶନିବାର ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ। ମାଓବାଦୀଙ୍କ ଗୁଳିରେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସବି ତିର୍କୀ ସହିଦ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ବିଜାପୁର ଏସପି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି।

ଶନିବାର ମାଓବାଦୀ ପ୍ରବଣ ବାସାଗୁଡ଼ାରେ ସିଆରପିଏଫ ଜବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଏହି ସମୟରେ ମାଓବାଦୀମାନେ ଜବାନମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସିଆରପିଏଫ ଜବାନମାନେ ମଧ୍ୟ ଗୁଳି ବିନିମୟ କରିଥିଲେ। ଏହି ସମୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସବି ତିର୍କୀଙ୍କ ଦେହରେ ମାଓବାଦୀଙ୍କ ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଅନ୍ୟ ଜଣେ ଜବାନ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଏସପି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି।

Comment