ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀର ରଜୌରୀର ଥାନାମଣ୍ଡି ଅଞ୍ଚଳରେ ଗୁରୁବାର ଦିନ ଆତଙ୍କବାଦୀ ଆକ୍ରାମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୩ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେନାର ଦୁଇଟି ଗାଡ଼ି ଉପରେ ଆଜି ଆକ୍ରମଣ କରିଥିଲେ ଆତଙ୍କବାଦୀ।

ବୁଧବାର ରାତିରେ ରଜୌରୀର ଥାନାମଣ୍ଡୀ ଅଞ୍ଚଳରେ ଆତଙ୍କବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ପ୍ରାୟ ୩ଟା ୪୫ ମନିଟରେ ଥାନାମଣ୍ଡି ଅଞ୍ଚଳରେ ଯବାନଙ୍କର ଦୁଇଟି ଗାଡ଼ି ପହଞ୍ଚିବା କ୍ଷଣି ଆତଙ୍କବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣ ୩ ଜଣ ଯବାନ ସଦିହ ହୋଇଛନ୍ତି। ବର୍ତ୍ତମାନ ସେନା ପକ୍ଷରୁ ପାଲଟା ଆକ୍ରମଣ ଜାରି ରହିଛି।

ଏହା ପୂର୍ବରୁ ଗତ ନଭେମ୍ବର ୮ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ଉତ୍ତର କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ମାଛିଲ ସେକ୍ଟରରେ ଏଲ୍‌ଓସି ନିକଟରେ ଚାଲିଥିବା ଅପରେସନରେ ଆଜି ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। 

Tags: #TerroristAttack #Kashmir #JawanSahid

Comment