ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ସୋପର ଅଞ୍ଚଳରେ ବୁଧବାର ସକାଳେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରେ ଜଣେ ଭାରତୀୟ ଯବାନ ଏକ ୩ ବର୍ଷର ପିଲାକୁ କୋଳଇେ ନେଉଥିବା ଦେଖାଯାଇଛି।

ପ୍ରକୃତରେ ସେହି ୩ ବର୍ଷର ପିଲାଟି ହେଉଛି ସେହି ବ୍ୟକ୍ତିଙ୍କର ନାତି ଯିଏ ରାସ୍ତାରେ ଯାଉଥିଲା ବେଳେ ଆତଙ୍କବାଦୀ ଗୁଳିରେ ଟଳି ପଡ଼ିଲେ। ଜେଜେ ରାସ୍ତା ଉପରେ ଆଖି ବୁଜି ଦେଲା ପରେ ପିଲାଟି କିଛି ବୁଝିପାରୁନଥିଲା। ସେ ତା’ର ଜେଜେଙ୍କ ମୃତ ଶରୀର ପାଖରେ ବସି ରହିଥିଲା।

ସେହି ସମୟରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିବା ମଧ୍ୟ ବନ୍ଦ କରିନଥିଲେ। ସେଠାରେ ଥିବା ଜଣେ ଭାରତୀୟ ଯବାନ ନିଜ ଜୀବନକୁ ପାଣି ଛଡ଼ାଇ ପିଲାଟିକୁ ଟେକି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comment