ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ପୁଲୱାମାରେ ରବିବାର ପୁଣି ଆତଙ୍କବାଦୀ ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରିପିଏଫ ଯବାନ ଆହତ ହୋଇଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷା ବାହିନୀ ।

ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରି ସିଆରପିଏଫ୍‌ର ଏକ ଗାଡ଼ିକୁ ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲେ। ଆତଙ୍କବାଦୀଙ୍କ ଏହି ଷଡ଼ଯନ୍ତ୍ର କିନ୍ତୁ ସଫଳ ହୋଇପାରିନାହିଁ।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସୁରକ୍ଷା ବାହିନୀ ଦ୍ୱାରା ଦୀର୍ଘ ଦିନ ଧରି ଅପରେସନ ହେଉଛି।  ସାଂପ୍ରତିକ ସମୟରେ କଶ୍ମୀର ଥିବା ଭାରତୀୟ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଅନେକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଶନିବାର ଦିନ କୁଲଗାମ ଜିଲ୍ଲାର ଏକ ଏନକାଉଣ୍ଟରରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here