ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସହିଦ ହୋଇଛନ୍ତି ୧୬ ଜଣ ଭାରତୀୟ ଯବାନ। ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ୪ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି।

ଉତ୍ତର ସିକ୍କିମର ଲାଚେନଠାରୁ ୧୫ କିଲୋମିଟର ଦୂର ଜେମା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଆଜି ତିନି ଗାଡ଼ି ଯବାନମାନଙ୍କୁ ନେଇ କାଫିଲା ଚଟନଠାରୁ ଥୁଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ ଜେମା ରାସ୍ତାରେ ଏକ ଗାଡ଼ି ଭାରସାମ୍ୟ ହରାଇ ଭୀର ଖାତ ଭିତରକୁ ଖସି ପଡ଼ିଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣା ସ୍ଥଳରେ ୧୬ ଜଣ ଯବାନଙ୍କ ଦେହାନ୍ତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ମର୍ମନ୍ତୁଦ ଦୁର୍ଘଟଣାରେ ଦେଶର ସେବା କରୁଥିବା ୧୬ ଜଣ ଯବାନ ସହିଦ ହୋଇଥିବାରୁ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ସେ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି।

Tags: #Sikkim #16ArmyPersonnelKilled #JawanSahid #RoadAccident

Comment