ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ଅଗ୍ରଣୀ ସ୍ମାର୍ଟଫୋନ କମ୍ପାନି ସାଓମୀ Redme Note ସିରିଜର ଆଉ ଏକ ଫୋନ ଲଞ୍ଚ୍ କରିବାକୁ ଯାଉଛି। ମାର୍ଚ୍ଚ ୧୨ ତାରିଖରେ କମ୍ପାନି Redme Note ୯ ସ୍ମାର୍ଟ ଫୋନ୍ ଲଞ୍ଚ କରିବ। ଏନେଇ କମ୍ପାନି ପକ୍ଷରୁ ଏକ ଟିଜର ଜାରି କରାଯାଇଛି।

ଏହି ଫୋନରେ ସାଓମୀ ମୁଖ୍ୟତଃ କ୍ୟାମେରା ଉପରେ ଅଧିକ ଫୋକସ୍ କରିଛି। ସେଲ୍ଫି ନେବା ପାଇଁ ଫୋନରେ ପଞ୍ଚ୍ ହୋଲ କ୍ୟାମେରା ସେଟଅପ ରହିଛି। ଏଥିସହିତ Redme Note9ରେ ୪ଟି ରିଅର କ୍ୟାମେରା ରହିବା ସହିତ ଏଥିରେ USB ଟାଇପ-ସି ଚାର୍ଜର ରହିବ। ସେହିପରି ଏଥିରେ ୩.୫mm ର ସ୍ପିକର ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କମ୍ ବଜେଟରେ ସ୍ମାର୍ଟଫୋନ ନିର୍ମାଣ ପାଇଁ ସାଓମୀ ଭାରତରେ ବେଶ ଲୋକପ୍ରିୟତା ଲାଭ କରିଛି। ମାର୍ଚ୍ଚ ୧୨ତାରିଖରେ Redme Note ୯ ଲଞ୍ଚ ହେବା ପରେ ହିଁ ଏହାର ମୂଲ୍ୟ ଓ ଅନ୍ୟାନ ଫିଚର ବିଷୟରେ ଜଣା ପଡିବ।

Comment