ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ମାଇକ୍ରୋମାକ୍ସ ବଜାରକୁ ଦୁଇଟି ନୂଆ ଫୋନ୍ ଆଣିଛି। IN (India) ସିରିଜ୍ ନାମରେ କମ୍ପାନି ଏହି ଦୁଇଟି ଫୋନକୁ ଲଞ୍ଚ କରିଛି। ଯାହାର ଦାମ ୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ମାଇକ୍ରାମାକ୍ସର ଏହି ଦୁଇଟି ଫୋନ୍ ସାଓମି ଓ ରିୟଲମିକୁ କଡା ଟକ୍କର ଦେବ ବୋଲି କୁହାଯାଉଛି। ଶସ୍ତା ଦାମରେ କମ୍ପାନି ଭଲ ଫିଚର ଦେବା, ଗ୍ରାହକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିପାରେ।ଏହି ଦୁଇଟି ସ୍ମାର୍ଟଫୋନ ଦୁଇଟିର ନାଁ In Note 1 ଏବଂ In 1B ରହିଛି। ମାଇକ୍ରୋମାକ୍ସ In 1B ସ୍ମାର୍ଟଫୋନର ଦାମ୍ ୬,୯୯୯ ଟଙ୍କା ରହିଛି। ଗ୍ରାହକମାନେ ଏଥିରେ ୨  ଜିବି ରାମ ସହିତ ୩୨ ଜିବି ମେମୋରୀ ପାଇପାରିବେ। ସେହିଭଳି ଏହି ଫୋନର ଆଉ ଗୋଟିଏ ଭର୍ସନ ୪ ଜିବି ଓ ୬୪ ଷ୍ଟୋରେଜ ସହିତ ଗ୍ରାହକଙ୍କୁ ୭,୯୯୯ ଟଙ୍କାରେ ମିଳିପାରିବ ବୋଲି କମ୍ପାନି କହିଛି।

ଅନ୍ୟପଟେ ମାଇକ୍ରୋମାକ୍ସ 1N Note 1Bର ଦାମ୍ ୧୦,୯୯୯ ରହିଛି। ଏଥିରେ ଗ୍ରାହକମାନେ ୪ ଜିବି ରାମ ସହିତ ୬୪ ଜିବିର ଷ୍ଟୋରେଜ୍ ସୁବିଧା ପାଇବେ। ସେହିପରି ଏହି ଫୋନରେ ଗ୍ରାହକଙ୍କୁ ୧୨୮ ଜିବି ଷ୍ଟୋରେଜ୍ ପାଇବାକୁ ହେଲେ ୧୨,୯୯୯ ଟଙ୍କା ଦେବାକୁ ପଡ଼ିବ।

ଏହାବାଦ୍ ଏହି ଫୋନରେ ଗ୍ରାହକଙ୍କୁ ଉତ୍କୃଷ୍ଟ ବ୍ୟାଟେରି ସହ ତିନି ରିୟର କ୍ୟାମେରି ମିଳିବ। ଏହି ଫୋନରେ ଗ୍ରାହକ ଫୁଲ୍ ଏଚଡି ସ୍କ୍ରିନର ମଧ୍ୟ ଫାଇଦା ଉଠାଇପାରିବେ।

Comment