ଓଡ଼ିଶାଲାଇଭ୍ ବ୍ୟୁରୋ

ହୋଲିକୁ ନେଇ ଏବେ ସମସ୍ତେ ଉତ୍ସାହିତ। ଏବେ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ସାରା ଭାରତରେ ପାଳନ ହେବ ରଙ୍ଗର ପର୍ବ ହୋଲି। ହୋଲିରେ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଇବେ।

ତେବେ ଏହି ସମୟରେ ଗୋଟିଏ ଅସୁବିଧା ପ୍ରାୟ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ। ତାହା ହେଉଛି ହୋଲିରେ ମୋବାଇଲ୍ ଫୋନ୍ ଓଦା ହୋଇଯିବା। ଛୋଟ ପିଲାମାନେ ପିଚକାରୀ ମାରିଦେବା କିମ୍ବା ଅନ୍ୟ କୌଣସି ଭୁଲ୍ କାରଣରୁ ଅଧିକାଂଶ ଲୋକଙ୍କ ଫୋନ ହୋଲିରେ ଓଦା ହୋଇଯାଇଥାଏ। ଏପରିକି ଏହାଯୋଗୁ କେତେକଙ୍କ ଫୋନ୍ ମଧ୍ୟ ଖରାପ ହୋଇଯାଇଥିବା ନଜର ଆସିଛି।

ଫୋନ୍ ଓଦା ହୋଇଗଲେ କଣ କରିବେ?

ଯଦି ହୋଲିରେ ଆପଣଙ୍କ ଫୋନ୍ ଓଦା ହେଇଯାଉଛି ତେବେ ଭୁଲରେ ବି ଏହାକୁ ଅନ୍ କରନ୍ତୁ ନାହିଁ। ତୁରନ୍ତ ଏହାର ବ୍ୟାଟେରୀକୁ ମୋବାଇଲରୁ କାଢ଼ି ଦିଅନ୍ତୁ। ନଚେତ୍ ମୋବାଇଲରେ ସର୍ଟ ସର୍କିଟ୍ ହେବା କାରଣରୁ ମୋବାଇଲ୍ ଖରାପ୍ ହେବାର ସମ୍ଭାବନା ରହିଥାଏ।

ଫୋନରୁ ବ୍ୟାଟେରୀ ବାହାର କରିଦେବା ପରେ ଏହାକୁ ଶୁଖିଲା କପଡ଼ାରେ ଭଲ ଭାବରେ ପୋଛି ଦିଅନ୍ତୁ। ଏଥିସହିତ ଏହାକୁ ଶୁଖିବା ପାଇଁ କିଛି ସମୟ ସେଭଳି ଖୋଲାରେ ଛାଡ଼ିଦିଅନ୍ତୁ।

ସେହିପରି ଫୋନକୁ ମଧ୍ୟ କପଡ଼ା ସାହାଯ୍ୟରେ ପୋଛିଦିଅନ୍ତୁ। ଡ୍ରାୟର୍ କିମ୍ବା ଭାକ୍ୟୁମ୍ ସାହାଯ୍ୟରେ ଫୋନ ଭିତରରୁ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ। ଏଥିସହିତ ଫୋନକୁ ଖୋଲା ପବନରେ ଶୁଖାଇବାକୁ ଚେଷ୍ଟା କରନ୍ତୁ।

ଏହାପରେ ମୋବାଇଲ୍ ବ୍ୟାଟେରୀ ଓ ଫୋନକୁ ୪୮ ଘଣ୍ଟାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ସେଭଳି ରଖନ୍ତୁ। ଏହାପରେ ଯାଇ ମୋବାଇଲକୁ ଅନ୍ କରନ୍ତୁ।

Comment