ଓଡ଼ିଶାଲାଇଭ୍ ବ୍ୟୁରୋ

୬ ଜିବି ରାମ୍‌ବିଶିଷ୍ଟ ସବୁଠୁ ଶସ୍ତା ଫୋନ୍ ପୋକୋ ଏମ୍‌୨ର ଫିଚର ଏବଂ ଦାମ୍ ବିଷୟରେ ଜାଣନ୍ତୁ।

ଆସନ୍ତା ସେପ୍ଟେମ୍ବର ୮ରେ ଭାରତରେ ଲଞ୍ଚ ହେବାକୁ ଯାଉଛି ୬ ଜିବି ରାମ୍‌ବିଶିଷ୍ଟ ସବୁଠୁ ଶସ୍ତା ସ୍ମାର୍ଟଫୋନ୍। ଚାଇନିଜ୍ ମୋବାଇଲ୍ କମ୍ପାନି ସାଓମି ଏଭଳି ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ସ୍ମାର୍ଟଫୋନ୍‌ର ନାଁ ରହିଛି ପୋକୋ ଏମ୍‌୨। ଏହାକୁ ପୋକୋ ଏମ୍‌୨ ପ୍ରୋର ଡାଉନ୍‌ଗ୍ରେଡେଡ୍ ଭର୍ସନ ଭାବେ ଲଞ୍ଚ କରାଯିବ। ତେବେ ଏହି ଫୋନ୍ ଲଞ୍ଚ ହେବା ଆଗରୁ କମ୍ପାନି ପକ୍ଷରୁ ଏହାର କିଛି ଫିଚରକୁ ଧୀରେ ଧୀରେ ହାଇଲାଇଟ୍ କରାଯାଉଛି।

ଏହି ଫୋନ୍ ୬ ଜିବି ରାମ୍‌ରେ ଉପଲବ୍ଧ ହେବ। ତେବେ ପୋକୋ ଏମ୍‌୨ ଭାରତୀୟ ବଜାରରେ ସବୁଠୁ ଶସ୍ତା ଫୋନ୍ ହେବ ଯାହାକି ୬ ଜିବି ରାମ୍ ସୁବିଧା ପ୍ରଦାନ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଫୋନ୍‌ର ଦାମ୍ ବିଷୟରେ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ପାଖାପାଖି ୧୦,୦୦୦ ଟଙ୍କାରେ ଏହା ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।BGUସେହିପରି ଫ୍ଲିପ୍‌କାର୍ଟରେ ଜାରି ହୋଇଥିବା ଟିଜର ମୁତାବକ ଅପ୍‌କମିଙ୍ଗ ପୋକୋ ସ୍ମାର୍ଟଫୋନ୍‌ରେ ବଡ଼ ସ୍କ୍ରିନ୍ ଆସିବାର ସମ୍ଭାବନା ରହିଛି। ଏଥିସହ ଏଥିରେ ପଞ୍ଚ୍-ହୋଲ୍ କଟ୍‌ଆଉଟ୍ ଏବଂ ବଡ଼ ବ୍ୟାଟେରୀ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

ଗତ ଜୁଲାଇ ମାସରେ ପୋକୋ ପକ୍ଷରୁ ଏମ୍‌୨ ପ୍ରୋକୁ ଭାରତରେ ଲଞ୍ଚ୍ କରାଯାଇଥିଲା। ଏଥିରେ ସ୍ନାପ୍‌ଗ୍ରାଡନ ୭୨୦ଜି ପ୍ରୋସେସର, ୬.୬୭ ଇଞ୍ଚ୍ ଡିସ୍‌ପ୍ଲେ ଏବଂ ୫,୦୦୦mAh ବ୍ୟାଟେରୀ ଉପଲବ୍ଧ ହୋଇଥିଲା।

Comment