ଓଡ଼ିଶାଲାଇଭ୍ ବ୍ୟୁରୋjio

କରୋନା ସମୟରେ ଓ୍ଵର୍କ ଫର୍ମ ହୋମ୍ ଯୋଗୁଁ ମୋବାଇଲ୍ ଡାଟା ଖର୍ଚ୍ଚ ବଢ଼ିଯାଇଛି। ଏଭଳି ସ୍ଥିତିରେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ପକ୍ଷରୁ ମାତ୍ର ୩୪୯ ଟଙ୍କାରେ ଦମ୍‌ଦାର୍ ଡାଟା ପ୍ଲାନ୍‌ ପ୍ରଦାନ କରାଯାଉଛି। ଏହି ଡାଟା ପ୍ଲାନ୍‌ରେ କ’ଣ ସବୁ ସୁବିଧା ରହିଛି ଜାଣନ୍ତୁ..

୩୪୯ ଟଙ୍କିଆ ପ୍ଲାନ୍      

ଜିଓର ୩୪୯ ଟଙ୍କିଆ ଡାଟା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ମିଳିବ। ଅର୍ଥାତ୍ ଏହି ପ୍ଲାନ୍‌ରେ ଗ୍ରାହକ ୩୪୯ ଟଙ୍କା ରିଚାର୍ଜ କରି ମୋଟ ୮୪ ଜିବି ଡାଟା ପାଇପାରିବେ। ପ୍ଲାନ୍‌ଟି ୨୮ ଦିନ ପାଇଁ ଉପଲବ୍ଧ ହେବ। ଏଥିସହ ଏହି ପ୍ଲାନ୍‌ରେ ଦୈନିକ ୧୦୦ଟି ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ।

କଲିଂ ସୁବିଧା

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ ଫ୍ରି କଲିଂ ସୁବିଧା ପାଇବେ। ତେବେ ଏହି ଅଫର୍ କେବଳ ଜିଓ-ଟୁ-ଜିଓ ଅର୍ଥାତ୍ କେବଳ ଜିଓ ନମ୍ବରରୁ ଅନ୍ୟ ଏକ ଜିଓ ନମ୍ବରକୁ କଲ୍ କରିବା ପାଇଁ ଉପଲବ୍ଧ ହେବ। ଯଦି ଗ୍ରାହକ ଅନ୍ୟ ନମ୍ବରକୁ କଲ୍ କରନ୍ତି ତେବେ ତାଙ୍କୁ ୨୮ ଦିନ ପାଇଁ ମାଗଣା ୧୦୦୦ ମିନିଟ୍ ଦିଆଯିବ।BGUମାଗଣା ଆପ୍‌ ସବ୍‌ସ୍କ୍ରିପ୍‌ସନ୍

ଜିଓର ୩୪୯ ଟଙ୍କିଆ ଡାଟା ପ୍ଲାନ୍‌ରେ ଗ୍ରାହକଙ୍କୁ ଫ୍ରି ଆପ୍ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ ଜରିଆରେ ଜିଓ ନିଜ ଗ୍ରାହକଙ୍କୁ ଜିଓ ଆପ୍‌ର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ପ୍ରଦାନ କରୁଛି। ଏଥିରେ ଜିଓ ସିନେମା, ଜିଓ ଶାଓ୍ଵନ ପରି ଆପ୍ ମଧ୍ୟ ରହିଛି।

Comment