ଓଡ଼ିଶାଲାଇଭ୍ ବ୍ୟୁରୋ

OnePlus 8T 5G ସ୍ମାର୍ଟଫୋନ୍‌ରେ କ’ଣ ସବୁ ସୁବିଧା ମିଳିବ ଜାଣନ୍ତୁ।

  • ଆମାଜନ୍ ଇଣ୍ଡିଆରେ ଜାରି ହେଲା ଟିଜର୍
  • ଫୋନ୍‌ରେ ମିଳିପାରେ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୮୬୫ ପ୍ରୋସେସର୍
  • କ୍ଵାଡ୍ ରିୟର କ୍ୟାମେରା ଉପଲବ୍ଧ

ଭାରତରେ ଖୁବ ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି OnePlus 8T 5G ସ୍ମାର୍ଟଫୋନ୍। କମ୍ପାନି ପକ୍ଷରୁ ଇ-କମର୍ସ ପ୍ଲାଟ୍‌ଫର୍ମ୍ ଆମାଜନ୍ ଇଣ୍ଡିଆରେ ଏହାର ଏକ ଟିଜର୍ ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ନୂଆ ସ୍ମାର୍ଟଫୋନ୍‌ର ଫିଚର ବିଷୟରେ..

ଫିଚର

OnePlus 8T 5G ସ୍ମାର୍ଟଫୋନ୍‌ର ଫିଚର ବିଷୟରେ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ନେଇ କିଛି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ, ଏଥିରେ ୬.୫୫ ଇଞ୍ଚ୍‌ର ଫୁଲ୍ HD+ର ୧୨୦Hz ଡିସ୍‌ପ୍ଲେ ମିଳିବ। ଏହି ଫୋନ୍‌ରେ ଆଡ୍ରେନୋ ୬୫୯ GPU ସହିତ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୮୬୫ ପ୍ରୋସେସର ଦିଆଯିବ।

ସେହିପରି ଏହି ଫୋନ୍‌ରେ ଫ୍ଲୁଇଡ୍ AMOLED ଡିସ୍‌ପ୍ଲେ ଦିଆଯିବ। ଏଥିରେ ଡୁଆଲ ସିମ୍‌ ସପୋର୍ଟ ମଧ୍ୟ ମିଳିବ।

କ୍ୟାମେରା

OnePlus 8T 5G ଫୋନ୍‌ରେ ୪୮MP ପ୍ରାଇମେରି ସେନ୍ସର ସହିତ କ୍ଵାଡ୍ କ୍ୟାମେରା ସେଟ୍‌ଅପ୍ ବି ମିଳିବ, ଯାହାର ଆପର୍ଚର ହେଉଛି f/୨.୨। ସେହିପରି ଏଥିରେ ୫ MPର ମାକ୍ରୋ କ୍ୟାମେରା, ୨ MPର ଡେପ୍‌ଥ ସେନ୍ସର ଓ ୩୨ MPର ସେଲ୍ଫି କ୍ୟାମେରା ମିଳିବ।ବ୍ୟାଟେରି ଓ ଷ୍ଟୋରେଜ୍

ଏହି ଫୋନ୍‌ରେ ୪,୫୦୦ mAh ବ୍ୟାଟେରି ମିଳିବ। ଏହା ସହିତ ୬୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯିବ। ସେହିପରି ଏହି ଫୋନ୍‌ ୮ ଜିବି RAM + ୧୨୮ ଜିବି ROM ଓ ୧୨ ଜିବି RAM + ୧୨୮ ଜିବି ROM ସହିତ ଦୁଇଟି ଭେରାଇଟିରେ ଉପଲବ୍ଧ ହେବ।

Comment