ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁ ଅନେକ ଲୋକ ବାହାରକୁ ଯିବା ଅପେକ୍ଷା ଘରେ ବସି ମୋବାଇଲ ଆପ୍ ଜରିଆରେ ବିଭିନ୍ନ କାମ କରିବାକୁ ପସନ୍ଦ କରୁଛନ୍ତି। ଖାଇବା ଅର୍ଡରଠାରୁ ଆରମ୍ଭ କରି ଅନଲାଇନ୍ ସପିଂ, ବ୍ୟାଙ୍କିଙ୍ଗ୍ କାରବାର ଭଳି ଅନେକ କାମ ଆପ୍ ସାହାଯ୍ୟରେ କରିହେଉଛି। ଏଭଳି ସ୍ଥିତିରେ ସାଇବର ଅପରାଧ, ଠକେଇ ଆଦି ମଧ୍ୟ ବଢ଼ିଯାଇଛି। ଯଦି ଆପଣ ମୋବାଇଲ ଆପ୍ ଜରିଆରେ ହେଉଥିବା ଠକେଇରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେତେକ କଥା ଧ୍ୟାନରେ ରଖିବାକୁ ପଡ଼ିବ।

ଜାଲି ବ୍ୟାଙ୍କିଙ୍ଗ୍ ଆପ୍ ଜରିଆରେ ଠକେଇ

ଆଜିକାଲି ପ୍ରାୟ ଲୋକ ମୋବାଇଲ୍ ଆପ୍ ସାହାଯ୍ୟରେ ଅନଲାଇନ୍ ଟଙ୍କା ନେଣଦେଣ କରୁଛନ୍ତି। ଏଥିପାଇଁ ଆପ୍ ଷ୍ଟୋରରେ ଅନେକଗୁଡ଼ିଏ ବ୍ୟାଙ୍କିଙ୍ଗ୍ ଆପ୍ ମଧ୍ୟ ରହିଛି। କିନ୍ତୁ ଚିନ୍ତାର ବିଷୟ ହେଉଛି, ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ବଡ଼ ବଡ଼ ବ୍ୟାଙ୍କ ନାଁରେ ଅନେକ ଜାଲି ଆପ୍ ମଧ୍ୟ ଉପଲବ୍ଧ ହେଉଛି। ଯଦି ଆପଣ ଭୁଲରେ ବି ଏହି ଆପକୁ ମୋବାଇଲରେ ଡାଉନଲୋଡ କରିଦିଅନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ। ତେଣୁ ଯେତେବେଳେ ବି ଆପଣ କୌଣସି ବ୍ୟାଙ୍କର ଆପ୍ ଡାଉନଲୋଡ କରୁଛନ୍ତି ସେତେବେଳେ ସାବଧାନ ରୁହନ୍ତୁ।ଠକେଇରୁ କେମିତି ବର୍ତ୍ତିବେ?

ଆପଣ ଯେତେବେଳେ କୌଣସି ବ୍ୟାଙ୍କ ଆପ୍ ଡାଉନଲୋଡ କରୁଛନ୍ତି, ସେଥିରେ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ। ଯଦି ସେହି ନିର୍ଦ୍ଦେଶଗୁଡ଼ିକ ଭିତରୁ କିଛି ଭୁଲ ଲାଗେ ତେବେ ସେହି ଆପ୍ ଜାଲି ହୋଇପାରେ। କାରଣ କୌଣସି ବ୍ୟାଙ୍କର ନିଜସ୍ୱ ଆପରେ ଏଭଲି ଭୁଲ ନିର୍ଦ୍ଦେଶ ଦିଆଯାଇନଥାଏ।

ଅନଲାଇନ୍ ସପିଂ ସମୟରେ ସାବଧାନ ରୁହନ୍ତୁ

ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି ତେବେ ଆପଣଙ୍କୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ସାଇବର ଅପରାଧୀମାନେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଜାଲି ଓ୍ୱେବସାଇଟ୍ ଖୋଲିଥାନ୍ତି। ଯଦି ଆପଣ ସେହି ଓ୍ୱେବସାଇଟରୁ ସପିଂ କରି ଅନଲାଇନ୍ ପେମେଣ୍ଟ କରୁଛନ୍ତି ତେବେ ଠକେଇର ଶିକାର ହୋଇପାରନ୍ତି। ତେଣୁ ସବୁବେଳେ ବିଶ୍ୱସନୀୟ ଓ୍ୱେବସାଇଟରୁ ସପିଂ କରନ୍ତୁ।hackersଅନାବଶ୍ୟକ ଆପ୍ ଡାଉନଲୋଡ କରନ୍ତୁ ନାହିଁ

ଯେଉଁ ମୋବାଇଲ ଆପକୁ ଆପଣ ବ୍ୟବହାର କରୁନାହାନ୍ତି ସେଗୁଡ଼ିକୁ ମୋବାଇଲରେ ଷ୍ଟୋର କରି ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଆପ୍ ଡାଉନଲୋଡ କରିବା ସମୟରେ ମାଲଓ୍ୱେର ବି ଡାଉନଲୋଡ ହୋଇଯାଏ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ଅନାବଶ୍ୟକ ଆପ୍ ଡାଉନଲୋଡ କରନ୍ତୁ ନାହିଁ । ଏଭଳି ଆପ୍ ଯଦି ମୋବାଇଲରେ ରଖିଛନ୍ତି ତେବେ ସେଗୁଡ଼ିକୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ।

Comment