ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ କମ୍ପାନି ମୋଟୋରୋଲା ନିଜର ନୂଆ ଫୋନ Moto G9 Powerକୁ ଭାରତରେ ଲଞ୍ଚ୍ କରିଛି। ଏଥିରେ ୬,୦୦୦ ଏମଏଏଚର ବ୍ୟାଟେରି ସହିତ ଦମଦାର୍ କ୍ୟାମେରା ଓ ପ୍ରୋସେସର ଦିଆଯାଇଛି। ଆସନ୍ତା ୧୫ ତାରିଖରୁ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର

ମୋଟୋରୋଲାର ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୨ ଏସଓସି ପ୍ରୋସେସର ଦିଆଯାଇଛି। ଏଥିରେ ଆଣ୍ଡ୍ରଏଡ୍ ୧୦ ମିଳୁଛି। Moto G9 Powerରେ ୬.୮ ଇଞ୍ଚର ଏଚ୍ ଡି ପ୍ଲସ୍ ଆଇପିଏସ୍ ଡିସପ୍ଲେ ମିଳୁଛି। ଏହି ଫୋନ୍ ଇଲେକ୍ଟ୍ରିକ୍ ଭାୟୋଲେଟ୍ ଓ ମେଟାଲିକ୍ ସେଜ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି।ଷ୍ଟୋରେଜ୍ ଓ ଦାମ୍

ଏହି ଫୋନରେ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି। ଏସଡି କାର୍ଡ ସହାୟତାରେ ଷ୍ଟୋରେଜକୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନ୍ ୧୧,୯୯୯ ଟଙ୍କାରେ ବିକ୍ରି ହେବ।

କ୍ୟାମେରା

ଏହି ଫୋନରେ ଦମଦାର୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। Moto G9 Powerର ପ୍ରାଇମେରି କ୍ୟାମେରାରେ ୬୪ ମେଗାପିକ୍ସେଲର ସେନ୍ସର ଲାଗିଛି। ସେହିପରି ଦ୍ୱିତୀୟ କ୍ୟାମେରାରେ ୨ ମେଗାପିକ୍ସେଲ ଓ ତୃତୀୟ କ୍ୟାମେରାରେ ୨ ମେଗାପିକ୍ସେଲର ସେନ୍ସର ଦିଆଯାଇଛି। ଏଥିସହ ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

ବ୍ୟାଟେରି କନେକ୍ଟିଭିଟି

ଏହି ଫୋନରେ ପାଓ୍ୱାରଫୁଲ ବ୍ୟାଟେରି ଦିଆଯାଇଥିବା କମ୍ପାନି ଦାବି କରିଛି। ଏଥିରେ ୬,୦୦୦ ଏମ୍ଏଏଚର ବ୍ୟାଟେରି ଦିଆଯାଇଛି। ଏଥିସହ ୨୦ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ଥରେ ବ୍ୟାଟେରିକୁ ଶତ ପ୍ରତିଶତ ଚାର୍ଜ କଲେ ୬୦ ଘଣ୍ଟା ଯାଏଁ ବ୍ୟାକଅପ୍ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ୟୁଏସବି ଟାଇପ ସି ସହ ହେଡଫୋନ୍ ଜ୍ୟାକ୍, ଓ୍ୱାଇଫାଇ, ବ୍ଲୁଟୁଥ୍ ଆଦି ଦିଆଯାଇଛି। ଫୋନର ପଛରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳୁଛି।

LEAVE A REPLY

Please enter your comment!
Please enter your name here