ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ କମ୍ପାନି ଭିଭୋ ଭାରତରେ ନିଜର ନୂଆ ଫୋନ୍ Vivo Y51କୁ ଲଞ୍ଚ୍ କରିଛି। ଏହି ଫୋନ୍ ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ଏଥିରେ ପାଓ୍ୱାରଫୁଲ ବ୍ୟାଟେରି ସପୋର୍ଟ ମିଳୁଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର ଓ ଦାମ୍

ଭିଭୋର ଏହି ନୂଆ ସ୍ମାର୍ଟଫୋନରେ ୬.୭ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଏଲସିଡି ଡିସପ୍ଲେ ଦିଆଯାଇଛି। ଏଥିସହ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର ମିଳୁଛି। ଏହି ମୋବାଇଲରେ ଲାଟେଷ୍ଟ ଆଣ୍ଡ୍ରଏଡ୍ ଆଧାରିତ Funtouch OS 11 ଅପରେଟିଙ୍ଗ୍ ସିଷ୍ଟମ୍ ଦିଆଯାଇଛି। ଏହି ଫୋନ୍ ୧୭,୯୯୦ ଟଙ୍କାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହି ଫୋନ୍ ଟାଇଟାନିୟମ୍ ସାଫେୟାର ଓ କ୍ରିଷ୍ଟାଲ ସିମ୍ଫୋନି ପରି ଦୁଇଟି ରଙ୍ଗରେ ମିଳୁଛି।ଷ୍ଟୋରେଜ୍

Vivo Y51 ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ପ୍ରଥମ ମଡେଲରେ ୬ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଥିବା ବେଳେ ଦ୍ୱିତୀୟ ମଡେଲରେ ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ମିଳୁଛି। ଏହାକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୧ ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କ୍ୟାମେରା

Vivo Y51ରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଥିବା ବେଳେ ୮ ମେଗାପିକ୍ସେଲର ଅଲଟ୍ରା ଓ୍ୱାଇଡ୍ ଲେନ୍ସ ଓ ୨ ମେଗାପିକ୍ସେଲର ଅତିରିକ୍ତ ସୁଟର ମିଳୁଛି। କ୍ୟାମେରାରେ ଅନ୍ୟାନ୍ୟ ଫିଚର ଭାବେ ସ୍ଲୋ ମୋସନ ରେକର୍ଡିଂ, ସୁପର ନାଇଟ୍ ମୋଡ୍, ଲାଇଭ୍ ଫଟୋ, ଏଏଲ୍ ୪୮-ଏମପି ମୋଡ୍ ସୁବିଧା ମିଳୁଛି। ସେହିପରି ସେଲ୍ଫି ପାଇଁ ଏହି ଫୋନରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି।ବ୍ୟାଟେରି ଓ କନେକ୍ଟିଭିଟି

Vivo Y51 ସ୍ମାର୍ଟଫୋନରେ ୫,୦୦୦ ଏମଏଏଚର ବ୍ୟାଟେରି ମିଳୁଛି। ଏହା ସହିତ ୧୮ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଉଛି। ଥରେ ଚାର୍ଜ କଲେ ୧୪.୩ ଘଣ୍ଟା ପର୍ଯ୍ୟନ୍ତ ଅନଲାଇନ ଷ୍ଟ୍ରିମିଂ ବ୍ୟାକଅପ୍ ମିଳିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ସେହିପରି କନେକ୍ଟିଭିଟି ପାଇଁ ଏହି ଫୋନରେ ଡୁଆଲ ବ୍ୟାଣ୍ଡ ଓ୍ୱାଇ-ଫାଇ, ବ୍ଲୁଟୁଥ୍ ୫.୦, ୟୁଏସବି ଟାଇପ୍-ସି, ଜିପିଏସ୍, ୟୁଏସବି ଓଟିଜି, ଏଫଏମ୍ ରେଡିଓ ଆଦି ସୁବିଧା ମିଳୁଛି। ଏହାଛଡ଼ା ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି।

Comment