ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ କମ୍ପାନି ‘ଭିଭୋ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ମୁଖ୍ୟ ଏ.ଡି ଚେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି। ଆୟକର ଫାଙ୍କିବା ଅଭିଯୋଗରେ ହାଜର ହେବାକୁ ଚେନଙ୍କୁ ଇଡି ପକ୍ଷରୁ ନୋଟିସ ଜାରି ହୋଇଛି।

ଜାଲ କାଗଜପତ୍ର ଯୋଗେ ଦେଶରେ ବ୍ୟବସାୟ ଚଳାଇଥିବା କମ୍ପାନି ଉପରେ ଅଭିଯୋଗ ହୋଇଥିଲା। ଭିଭୋ କମ୍ପାନି ଆୟକର ଫାଙ୍କିବା ଅଭିଯୋଗକ୍ରମେ ଜୁଲାଇ ମାସରେ ଭାରତରେ ଏହାର ପ୍ରାୟ ୪୫ଟି  ସ୍ଥାନରେ ରେଡ୍‌ ହୋଇଥିଲା ।

ଭିଭୋ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେନ୍‌ ଜଗତସିଂହପୁର ଜିଲ୍ଲାର ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି। ହଂସପାଳରେ ତାଙ୍କର ଏକ ଫ୍ଲାଟ ମଧ୍ୟ ରହିଛି।

ମନି ଲଣ୍ଡରିଂ ମାମଲାରେ ଏଡି ଚେନଙ୍କ ବିରୋଧରେ ଏକାଧିକ ପ୍ରମାଣ ମିଳିଥିବା ବେଳେ ତାଙ୍କୁ ହାଜର ହେବାକୁ ଇଡି ନୋଟିସ ଜାରି କରିଛି।

କିଛି ମାସ ହେବ ଚାଇନିଜ ମୋବାଇଲ କମ୍ପାନିମାନଙ୍କ ଉପରେ ଇଡିର କଡା ନଜର ରହିଛି। ଏମାନଙ୍କ ଉପରେ ଟ୍ୟାକ୍ସ ଫାଙ୍କିବା, ବେଆଇନ ଭାବେ ଅନ୍ୟ ଦେଶକୁ ଟଙ୍କା ପଠାଇବା ଆଦି ଅଭିଯୋଗ ଆସିଛି।

ଭିଭୋ ଛଡା ଅନ୍ୟ ଚାଇନିଜ ମୋବାଇଲ କମ୍ପାନି ‘ସାଓମି’ ଏବଂ ‘ଓପୋ’ର ଭାରତରେ ଥିବା ବିଭିନ୍ନ ସ୍ଥାନରେ ଇନକମ ଟ୍ୟାକ୍ସ ଓ ଇଡି ରେଡ୍ କରିଥିଲେ। ଏହି କମ୍ପାନିଗୁଡିକର ୫୦୦୦କୋଟିରୁ ଅଧିକ ଟଙ୍କା ଓ ଅନ୍ୟାନ୍ୟ ଦସ୍ତାବିଜକୁ ଜବତ କରିଥିଲେ।

Tags: #Vivo #Enforcementdirectorate #Moneylaundering #EDraid

Comment