ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ୍ ଗଲେ ଅର୍ଚ୍ଚନା ନାଗ। ୬ ଦିନିଆ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଅର୍ଚ୍ଚନାଙ୍କୁ କୋର୍ଟର ହାଜର କରିବା ସହ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା, କିନ୍ତୁ କୋର୍ଟ ଅନୁମତି ପ୍ରଦାନ କରିନାହାନ୍ତି।

ଡିସେମ୍ବର ୧୩ ତାରିଖରେ ମନି ଲଣ୍ଡରିଂ ମାମଲାରେ ଅର୍ଚନ ନାଗଙ୍କୁ ଇଡି ଗିରଫ କରିବା ପରେ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଏବେ ସେ ଛାରପଡ଼ା ଜେଲ ଯାଇଛନ୍ତି। ଅର୍ଚ୍ଚନା ନାଗ ତଦନ୍ତ ବେଳେ ସହଯୋଗ କରୁନଥିଲେ। ଏପରିକି ପଚରାଉଚରା ବେଳେ ଠିକ୍ ଭାବେ ଉତ୍ତର ବି ଦେଇନଥିଲେ ବୋଲି କୋର୍ଟଙ୍କୁ ଜରାଇଛି ଇଡି। ବ୍ଲାକମେଲିଂ ଏବଂ ଆର୍ଥିକ ମାମଲାର ଖୋଳତାଡ଼ କରିବାକୁ ଆହୁରି ଦୁଇ ଦିନ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା।

ଶନବାର ଦିନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ। ଉଭୟ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବା ପରେ ଉଭୟେ ପରସ୍ପର ବିରୋଧରେ ବିଷୋଦ୍ଗାର କରିଥିବା ସୂଚନା ମିଳିଛି।

ଅର୍ଚ୍ଚନା ନାଗ ଗିରଫ ହୋଇ ଜେଲ ଯାଇଥିବାବେଳେ ଏବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା କରାଯାଉଛି।

Tag: #ArchanaNag #MoneyLaunderingCase #Jail #ED #Bhubaneswar #Court

LEAVE A REPLY

Please enter your comment!
Please enter your name here