ଓଡ଼ିଶାଲାଇଭ୍ ବ୍ୟୁରୋ

ଅଚ୍ଚର୍ନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ଆଜି ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅକ୍ଷୟ ପରିଜାଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ ବୋଲି ସୂଚନା ରହିଛି। ମଙ୍ଗଳବାର ଦିନ ଅକ୍ଷୟ ପରିଜାଙ୍କୁ ପ୍ରାୟ ୯ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ।

ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଅକ୍ଷୟ ପରିଜା ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, କିଛି ଗଣମାଧ୍ୟମ ଦାୟିତ୍ୱହୀନ ଭାବେ ଖବର ପ୍ରସାରଣ କରୁଛନ୍ତି। ସେ ଅହୁରି ମଧ୍ୟ କହିଛନ୍ତି ଯେ, ମୁଁ ପୀଡ଼ିତ, ଏଭଳି ମିଛ ଖବର ପରିବେଷଣ କରିବା ଠିକ୍ ନୁହେଁ। ଏହା ବିରୋଧରେ ସେ ଆଇନର ଆଶ୍ରୟ ନେଇପାରନ୍ତି ବୋଲି କହିଥିଲେ ଅକ୍ଷୟ ପରିଜା।

ବିଭିନ୍ନ ଗଣମାଧ୍ୟମର ସୂଚନା ଅନୁସାରରେ ଅର୍ଚ୍ଚନା ନାଗ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପାଖକୁଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପଠାଇ ବନ୍ଧୁତା ସ୍ଥାନ କରିବାକୁ କହିଥିଲା। ପରେ ସେମାନଙ୍କ କିଛଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ। ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା।

ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ବଦଳି ଯାଇଥିଲା ପୁରା ଘଟଣା। ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ।ଏହା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇଥିଲେ ଅର୍ଚ୍ଚନା। ଅନେକ ନେତା, ବ୍ୟବସାୟୀ ଏବଂ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବ୍ଲାକମେଲିଂ କରି ଟଙ୍କା ହଡପ କରୁଥିବା ଜଣାପଡ଼ିଥିଲା। ଇଡି ଏବେ ଅର୍ଚ୍ଚନାଙ୍କ ସମ୍ପତ୍ତି ମାପୁ ଥିବାବେଳେ ଅକ୍ଷୟ ପରିଜାଙ୍କଠାରୁ ବ୍ଲାକମେଲିଂ କରି କେତେ ଟଙ୍କା ନେଇଥିଲେ, ସେମ୍ପର୍କରେ ଖୋଳତାଡ଼ କରିବା ପାଇଁ ଇଡିରୁ ଡକରା ଆସିଛି।

ଅର୍ଚ୍ଚନା ନାଗ ମାମଲାରେ ଅନ୍ୟ ଜଣେ ବ୍ୟବସାୟୀ ଅମିୟ କାନ୍ତ ଦାସ ମଙ୍ଗଳବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଅମିୟ ଦାସଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡ଼ିବା ପରେ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। ଇଡିର ଜେରା ବେଳେ ଅମିୟ ଦାସ ଅର୍ଚ୍ଚନା ନାଗଙ୍କୁ ୭ ଲକ୍ଷ ଦେଇଥିବା ସ୍ଵାକାର କରିଥିଲେ।

ଅର୍ଚ୍ଚନା ନିଜ ସ୍ଵାମୀଙ୍କ ଚିକିତ୍ସା ପାଇଁ ୭ ଲକ୍ଷ ଟଙ୍କା ଅମିୟ ଦାସଙ୍କୁ ମାଗିଲେ। ଅମିୟଙ୍କ କମ୍ପାନି ‘ଏ କେ ଦାସ ଆସୋସିଏଟ ପ୍ରାଇଭେଟ ଲିମିଟେଡ’ ଆକାଉଣ୍ଟରୁ ୨ଟି ପର୍ଯ୍ୟାୟରେ ୭ ଲକ୍ଷ ଟଙ୍କା ଅର୍ଚ୍ଚନାକୁ ଦେଇଥିବା ମାନିଛନ୍ତି ଅମିୟ।

ଏହା ପୂର୍ବରୁ ଗତ ୧୯ ତାରିଖରେ ଅକ୍ଷୟ ପରିଜାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସମନ ଜାରି କରାଯାଇଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଇଡିରେ ହାଜର ହୋଇ ପାରିନଥିଲେ। କିନ୍ତୁ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ପହଞ୍ଚି ଅକ୍ଷୟ ପରିଜାଙ୍କ ପକ୍ଷରୁ ପକ୍ଷ ରଖିଥିଲେ।

ଆଜି ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କର ମୁହାଁମୁହିଁ ଜେରା କରାଗଲେ ଅନେକ ତଥ୍ୟ ସମ୍ନାକୁ ଆସିବ ବୋଲି କୁହାଯାଉଛି।

Tags: #EDOffice #Enforcement Directorate #AkhayaParija #ArchanaNaag #ShradhanjaliBehera #AmiyaDas

Comment