ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗଙ୍କୁ ବୁଧବାର ଦିନ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଖଣ୍ଡଗିରି ଥାନାରେ ହୋଇଥିବା ହନିଟ୍ରାପିଂ ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ଦେଇଛନ୍ତି। ତେବେ ହାଇକୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ଅର୍ଚ୍ଚନା ଏବେ ଜେଲରୁ ମୁକୁଳି ପାରିବେନି। ତାଙ୍କ ବିରୋଧରେ ଇଡିରେ ମାମଲା ଚାଲୁଥିବାରୁ ସେ ଏବେ ଜେଲରେ ରହିବେ।

ଅର୍ଚ୍ଚାନଙ୍କୁ ଏବେ ଦୁଇଟି ମାମଲାରେ ଜାମିନ ମିଳିଛି। ତାଙ୍କୁ ମିଳିଥିବା ଜାମିନରେ ସର୍ତ୍ତ ରଖାଯାଇଛି। ସେ ତଦନ୍ତରେ ସହଯୋଗ କରିବେ ଏବଂ ଏ ନେଇ ବାହାରେ ପ୍ରତିକ୍ରିୟା ରଖିପାରିବେ ନାହିଁ। ଏହାଛଡ଼ା ତାଙ୍କ ବିରୋଧରେ କେସ ଦେଇଥିବା କୌଣସି ଆବେଦନକାରୀଙ୍କ ସହ ଯୋଗାଯୋଗ ନକରିବା ପାଇଁ ମଧ୍ୟ ସର୍ତ୍ତ ରଖାଯାଇଛି।

ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ନୟାପଲ୍ଲୀ ଥାନାରେ ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିବା ମାମଲାରେ ଜାମିନ ମିଳିଥିଲା। ଏବେ ଅର୍ଚ୍ଚାନଙ୍କ ବିରୋଧରେ ଇଡିରେ ମନି ଲଣ୍ଡିରଂ ମାମଲା ଜାରି ରହିବ। ଇଡି ମାମଲାରେ ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁ ରହିଛି।

ହନିଟ୍ରାପିଂ ଘଟଣାରେ ନିଜକୁ ପୀଡ଼ିତା ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାପରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ ଓ ଅନ୍ୟ ସହଯୋଗୀ ଖଗେଶ୍ଵର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଖଣ୍ଡଗିରି ପୋଲିସ ୨୦୨୨ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ଭୁବନେଶ୍ଵର ସ୍ଥିତ ଦୌରା ଜଜଙ୍କ ଅଦାଲତରେ ତାଙ୍କ ଜାମିନ ଖାରଜ ହୋଇଥିଲା। ଏହାପରେ ଅର୍ଚ୍ଚନା ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: #ArchanaNaag #HoneytrappingCase #Bail #OdishaHighCourt

 

Comment