ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ। ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ ବିଭାଗକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ।

ଓଆରଏଚଡିସି ଦୁର୍ନୀତି ମାମଲାରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମଙ୍କ ବିରୋଧରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ଓଡ଼ିଶା ହାଇକୋର୍ଟ।

ତଳକୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନଥିବା ଦର୍ଶାଇ ମୋକିମ ପୂର୍ବରୁ ପାଇଥିବା ଜାମିନକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଥିଲେ। ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: #ORHDC #SupremeCourt #OdishaHighCourt #Bail #MohammedMoquim

Comment