ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ବୁଧବାର ଦିନ ଓଡ଼ିଶା ହାଇକୋର୍ଟରୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଏହା ପୂର୍ବରୁ ଜଗବନ୍ଧୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଭୁବନେଶ୍ଵର ଏଡିଜେ-୨ କୋର୍ଟ।

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ଵର ପାତ୍ର। ଅର୍ଚ୍ଚନା ଏବଂ ଖଗେଶ୍ଵର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଜାମିନ ମିଳିନାହିଁ।

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲା ଉପରେ ହାଇକୋର୍ଟ ଜଗବନ୍ଧୁଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।

ଗତ ୨୦୨୨ ଡିସେମ୍ବର ୨୩ ତାରିଖରେ ମନି ଲଣ୍ଡରିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗିରଫ କରିବା ପୂର୍ବରୁ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଇଥିଲା ଇଡି।

ଜଗବନ୍ଧୁ ଗିରଫ ହେବା ପୂର୍ବରୁ ୨୦୨୨ ଡିସେମ୍ବର ୧୩ ତାରିଖରେ ମନି ଲଣ୍ଡରିଂ ଅଭିଯୋଗରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ଇଡି।

Tags: #EnforcementDirectorate #ArchanaNaagCase #JagabandhuChand #Arrest #MoneyLaundering #Bail #OdishaHighCourt

LEAVE A REPLY

Please enter your comment!
Please enter your name here