ଓଡ଼ିଶାଲାଇଭ୍ ବ୍ୟୁରୋ

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଝାରପଡ଼ା ଜେଲକୁ ଯାଇ ଶନିବାର ଦିନ ଅର୍ଚ୍ଚନାଙ୍କ ଦସ୍ତଖତ ସଂଗ୍ରହ କରିଛି କମିଶନରେଟ ପୋଲିସ। ବ୍ଲାକମେଲିଂ କରି ଟଙ୍କା ହଡ଼ପ କରିବା ଅଭିଯୋଗ ପରେ ଅର୍ଚ୍ଚନାଙ୍କ ଆର୍ଥିକ ସାଂମ୍ରାଜ୍ୟର ଖୋଳତାଡ଼ କରାଯାଇଥିଲା। ଏହି ସମୟରେ ଅର୍ଚ୍ଚନା ନାଗଙ୍କ ଘରୁ ଗୋଟିଏ ଡାଏରୀ ଜବତ ହୋଇଥିଲା। ଏହି ଡାଏରୀ କାହାର ଜାଣିବା ପାଇଁ ଆଜି ତାଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଅର୍ଚ୍ଚନାଙ୍କ ଦସ୍ତଖତ ପାଇଁ ଖଣ୍ଡଗିରି ଥାନା ପୋଲିସ କୋର୍ଟରେ ଆବେଦନ କରିଥିଲା।

କୋର୍ଟଙ୍କ ଅନୁମତି ପରେ ଆଜି ଝାରପଡ଼ା ଜେଲରୁ ଅର୍ଚ୍ଚନାଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଅର୍ଚ୍ଚନା ନାଗଙ୍କ ଘରୁ ମିଳିଥିବା ଡାଏରୀରେ ଥିବା ହସ୍ତାକ୍ଷର ସହ ଅର୍ଚ୍ଚନାଙ୍କ ଦସ୍ତଖତ ମେଳଖାଇଲେ ଲୁଚି ରହିଥିବା ଅନେକ ଗୁମର ଉପରୁ ପରଦା ଉଠିପାରିବ ବୋଲି କୁହାଯାଉଛି।

ଅର୍ଚ୍ଚନାଙ୍କ ଘରୁ ମିଳିଥିବା ଡାଏରୀରେ ବ୍ଲାକମେଲିଂ, ଆର୍ଥିକ ସାଂମ୍ରାଜ୍ୟର ଗୁମର, ଅର୍ଚ୍ଚନା ନାଗ ମାମଲାରେ ସମ୍ପୃପ୍ତ ରହିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଅନେକ ତଥ୍ୟ ରହିଥିବା ଚର୍ଚ୍ଚା ହେଉଛି।

Tags: #ArchanaNaag #BlackMailingCase #Arrest #Signature

LEAVE A REPLY

Please enter your comment!
Please enter your name here