ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଅର୍ଥ ହେରଫେର ମାମଲାରେ ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ଫରେନସିକ ରିପୋର୍ଟ ଆସିଛି। ରାଜ୍ୟ ଫରେନସିକ ଲ୍ୟାବ ଏହି ରିପୋର୍ଟକୁ ଖଣ୍ଡଗିରି ଥାନା ପୋଲିସକୁ ହସ୍ତାନ୍ତର କରିଛି। ଅର୍ଚ୍ଚନା ନାଗଙ୍କ ପାଖରୁ ଜବତ ହୋଇଥିବା ୪ଟି ମୋବାଇଲ, ୨ଟି ଲାପଟପ୍, ପେନଡ୍ରାଇଭରେ ରହିଥିବା ଡିଜିଟାଲ ତଥ୍ୟର ନକଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ରିପୋର୍ଟରେ ଜଗବନ୍ଧୁଙ୍କ ଡିଜିଟାଲ ତଥ୍ୟ ସମ୍ପର୍କୀତ ପ୍ରଥମ ରିପୋର୍ଟ ଆସିଥିଲା।

ମନି ଲଣ୍ଡରିଂ ମାମଲାରେ ବର୍ତ୍ତମାନ ଅର୍ଚ୍ଚନା ନାଗ ଜେଲରେ ରହିଛନ୍ତି। ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିବାବେଳେ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି। ଦ୍ୱିତୀୟ ପାଳି ରିମାଣ୍ଡରେ ନେଇ ଜଗବନ୍ଧୁଙ୍କୁ  ଇଲେକ୍ଟ୍ରୋନିକ୍ସ ଡିଭାଇ ସମ୍ପର୍କରେ ଇଡି ତଥ୍ୟା ସଂଗ୍ରହ କରୁଥିବା ସୂଚନା ମିଳିଛି। ପୂର୍ବରୁ ଜଗବନ୍ଧଙ୍କୁ ୯ ଦିନିଆ ରିମାଣ୍ଡରେ ନେଇଥିଲା ଇଡି।

ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରିବା ରବିବାର ଦିନ ନୟାପଲ୍ଲୀ ଥାନାରେ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। ବ୍ଲାକମେଲିଂ କରି ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ମଗାଯାଇଥିବା ନେଇ ଏହି ଚାର୍ଜସିଟ ଦାଖଲ କରାଯାଇଛି।

Tags: #ArchanaNaag #BlackmailingCase #ED #JagabandhuChand #DigitalEvidence

LEAVE A REPLY

Please enter your comment!
Please enter your name here