ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। ଭିଡିଓକନ୍ ଗ୍ରୁପ୍ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସେମାନେ ଗିରଫ ହୋଇଛନ୍ତି। ୨୦୧୯ ମସିହାରେ ସିବିଆଇ ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ଏବଂ ଭିଡିଓକନ୍ ଗ୍ରୁପ୍ ଏମଡିଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଏବଂ ଠକେଇ ମାମଲା ରୁଜୁ କରିଥିଲା। ଏହାପରେ ଚନ୍ଦା କୋଚରଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ ହୋଇଥିଲା।

୨୦୧୨ ମସିହାରେ ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବାବେଳେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କା ଋଣ ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା। ଭିଡିଓକନ୍ ଗ୍ରୁପର ଜଣେ ନିବେଶକ ଅରବିନ୍ଦ ଗୁପ୍ତା, ସିଇଓ ଚନ୍ଦା କୋଚରଙ୍କ ବିରୋଧରେ ଏହି ଅଭଯୋଗ ଆଣିଥିଲେ। ପରେ ୨୦୧୮ ଅକ୍ଟୋବରରେ ଚାନ୍ଦା କୋଚର ବ୍ୟାଙ୍କ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟାଙ୍କ ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତିର ଉଲ୍ଲଂଘନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ତାଙ୍କ ଇସ୍ତଫାକୁ ବରଖାସ୍ତ ଭାବେ ଗ୍ରହଣ କରିଥିଲା।

୨୦୧୯ ମସିହାରେ ସିବିଆଇ ଏହି ମାମଲାର ଯାଞ୍ଚ କରି ଚନ୍ଦା କୋଚରଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଥିଲା। ୨୦୨୦ ମସିହାରେ ଚନ୍ଦା କୋଚର ଏନେଇ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ପୂର୍ବରୁ ସିବିଆଇ ଏହି ମାମଲାରେ ଦୀପକ କୋଚରଙ୍କୁ ଗିରଫ କରିଥିଲ, ପରେ ସେ ବେଲ୍ ଯୋଗେ  ବାହାରକୁ ଆସିଥିଲେ।

Tags: #ChandaKochar #formerCEO #ICICIBank #arrested #CBI #Moneylaundring

 

Comment