ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପୁଣି ଥରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ଏହା ପୂର୍ବରୁ ସେ ଗୁରୁବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ୧୨ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ଶିବ ପ୍ରସାଦଙ୍କୁ ପ୍ରଶ୍ନ କରିଥିଲେ ଇଡି ଅଧିକାରୀ।

ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ଅର୍ଥ କାରବାର ହୋଇନଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଏହା ସହିତ ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ୱରଙ୍କୁ ଜାଣିନଥିବା ମଧ୍ୟ କହିଛନ୍ତି। ଶିବ ପ୍ରସାଦଙ୍କ ହୋଟେଲକୁ ଅଭିଯୁକ୍ତମାନେ ଯାଉଥିବାରୁ ଏ ସମ୍ପର୍କରେ ପଚରା ଉଚରା କରିବାକୁ ଶିବ ପ୍ରସାଦ ଦାସଙ୍କୁ ସମନ କରିଥିଲା ଇଡି।

ଅର୍ଚ୍ଚନା ନାଗ ମାମଲାରେ ପୂର୍ବରୁ ଇଡିରେ ହାଜର ହୋଇଥିବା ଜମି ମାଲିକ ପ୍ରଭାତ ପତିଙ୍କୁ ପୁନର୍ବାର ହାଜର ହେବାକୁ ଡକରା ଆସିଛି।

ଅର୍ଚ୍ଚନା ନାଗ ବ୍ଲକ ମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଥିବାବେଳେ  ମୋଟ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି। ଏହି ମାମଲାରେ ପୂର୍ବରୁ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ ଅମୀୟ ପରିଡ଼ା, ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ଆଉ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ଵାଇଁ, ଜମି ମାଲିକ ପ୍ରଭାତ ପତି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ଆଜି ପୁଣି ହାଜର ହୋଇଛନ୍ତି ଶିବ ପ୍ରସାଦ ଦାସ।

Tags: #ED #EnforcementDirectorate #ArchanaNaagCase #BusinessMan #ShivprasadDas

Comment