ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ କମ୍ପାନି ମୋଟୋରୋଲା ନିଜର ଆଉ ଏକ ଫୋନକୁ ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ଏହାର ନାଁ ରହିଛି Moto G9 Power। ଏହାକୁ ଆସନ୍ତା ୮ ତାରିଖରେ ରିଲିଜ୍ କରାଯିବ। ଏଥିରେ ୬,୦୦୦ ଏମଏଏଚର ବ୍ୟାଟେରି ସହିତ ଦମଦାର କ୍ୟାମେରା ସେଟଅପ୍ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର ଓ ଦାମ୍

ମୋଟୋରୋଲାର ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୨ ଏସଓସି ପ୍ରୋସେସର ଦିଆଯାଇଛି। ଏଥିରେ ଆଣ୍ଡ୍ରଏଡ୍ ୧୦ ମିଳୁଛି। Moto G9 Powerରେ ୬.୮ ଇଞ୍ଚର ଏଚ୍ ଡି ପ୍ଲସ୍ ଏଲସିଡି ଡିସପ୍ଲେ ମିଳୁଛି। ଫୋନର ଦାମ୍ ବିଷୟରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ। ତେବେ ଏହା ୧୭,୦୦୦ ଟଙ୍କା ଭିତରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି।ଷ୍ଟୋରେଜ୍

ଏହି ଫୋନରେ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି। ଏସଡି କାର୍ଡ ସହାୟତାରେ ଷ୍ଟୋରେଜକୁ ବୃଦ୍ଧି କରାଯାଇପାରିବ ବୋଲି କୁହାଯାଇଛି।କ୍ୟାମେରା

ଏହି ଫୋନରେ ଦମଦାର କ୍ୟାମେରା ସେଟଅପ୍ ରହିଛି। ଏଥିରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। Moto G9 Powerର ପ୍ରାଇମେରି କ୍ୟାମେରାରେ ୬୪ ମେଗାପିକ୍ସେଲର ସେନ୍ସର ଲାଗିଛି। ସେହିପରି ଦ୍ୱିତୀୟ କ୍ୟାମେରାରେ ୨ ମେଗାପିକ୍ସେଲ ଓ ତୃତୀୟ କ୍ୟାମେରାରେ ୨ ମେଗାପିକ୍ସେଲର ସେନ୍ସର ଦିଆଯାଇଛି।

ବ୍ୟାଟେରି ଓ କନେକ୍ଟିଭିଟି

ଏହି ଫୋନରେ ପାଓ୍ୱାରଫୁଲ ବ୍ୟାଟେରି ପ୍ରଦାନ କରାଯାଇଥିବା କମ୍ପାନି ଦାବି କରିଛି। ଏଥିରେ ୬,୦୦୦ ଏମ୍ଏଏଚର ବ୍ୟାଟେରି ଦିଆଯାଇଛି। ଏଥିସହ ୨୦ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ଥରେ ବ୍ୟାଟେରିକୁ ଶତ ପ୍ରତିଶତ ଚାର୍ଜ କଲେ ୬୦ ଘଣ୍ଟା ଯାଏଁ ବ୍ୟାକଅପ୍ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ୟୁଏସବି ଟାଇପ ସି ସହ ହେଡଫୋନ୍ ଜ୍ୟାକ୍, ଓ୍ୱାଇଫାଇ, ବ୍ଲୁଟୁଥ୍ ଆଦି ଦିଆଯାଇଛି।

Comment