ଓଡ଼ିଶାଲାଇଭ୍ ବ୍ୟୁରୋ

ଅଳ୍ପ ଦାମ୍‌ରେ ବେଷ୍ଟ ଡାଟା ପ୍ଲାନ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ଏହି ଖବରରେ ଆମେ ଆପଣଙ୍କୁ ବେଷ୍ଟ ଡାଟା ପ୍ଲାନ ବିଷୟରେ କହିବୁ।ଭୋଡାଫୋନ୍ ଆଇଡିଆ(VI) ନିଜ ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି। ଏହି ପ୍ଲାନ୍ ଜରିଆରେ ୟୁଜରମାନେ ଖୁବ ଶସ୍ତାରେ ଦିନକୁ ୪ ଜିବି ଡାଟା ପାଇପାରୁଛନ୍ତି।

ସବୁଠୁ ଖାସ୍ କଥା ହେଉଛି ୩ ଶହ ଟଙ୍କାରୁ କମ୍ ଟଙ୍କାରେ ଏହି ପ୍ଲାନ ଉପଲବ୍ଧ ହେଉଛି। ଏଥିସହ ମାଗଣା କଲିଂ, ଡାଟା ରୋଲଓଭର ଆଦି ସୁବିଧା ମିଳୁଛି।

ଭୋଡାଫୋନ ଏବେ ଗ୍ରାହକମାନଙ୍କୁ ୨୯୯ ଟଙ୍କିଆ ଏକ ଶସ୍ତା ପ୍ଲାନ ଅଫର କରୁଛି। ଏହି ପ୍ଲାନରେ ଡବଲ ଡାଟା ଅଫର କରାଯାଉଛି। ତେଣୁ ଏହି ପ୍ଲାନରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ବଦଳରେ ୪ ଜିବି ଡାଟା ମିଳୁଛି। ଭୋଡାଫୋନ ଆଇଡିଆର ଏହି ପ୍ଲାନଟି ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ଫଳରେ ଗ୍ରାହକମାନେ ମାତ୍ର ୨୯୯ ଟଙ୍କାରେ ମୋଟ ୧୧୨ ଜିବି ଡାଟା ପାଉଛନ୍ତି।ଏହି ପ୍ଲାନରେ ସପ୍ତାହାନ୍ତ ଡାଟା ରୋଲଓଭର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏହାର ଅର୍ଥ ହେଉଛି, ସୋମବାରରୁ ଶୁକ୍ରବାର ମଧ୍ୟରେ ବ୍ୟବହାର କରାଯିବାକୁ ଥିବା ଡାଟାରୁ ବଳକା ରହିଯାଇଥିବା ଡାଟାକୁ ୟୁଜରମାନେ ଶନିବାର ଓ ରବିବାର ଦିନ ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here