ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାର ୧୫ଟି ସହରରେ ଜିଓ ଫାଇବର ସେବା ଉପଲବ୍ଧ
  • ମାତ୍ର ୩୯୯ ଟଙ୍କାରୁ ଆରମ୍ଭ  ଜିଓ ଫାଇବରର ନୂଆ ପ୍ଲାନ୍ 
  • ମିଳୁଛି ଅନ୍‌ଲିମିଟେଡ୍ ହାଇସ୍ପିଡ ଡାଟା ଏବଂ ନୂଆ ଗ୍ରାହକଙ୍କ ପାଇଁ ୩୦ ଦିନର ମାଗଣା ଟ୍ରାଏଲ ସୁବିଧା

ବର୍ତ୍ତମାନ ସମୟରେ ୱାର୍କ ଫ୍ରମ୍ ହୋମ୍ ଏବଂ ଅନ୍‌ଲାଇନ୍ ଶିକ୍ଷା ଏକ ପ୍ରକାର ନିୟମ ପାଲଟିଛି। ଏଭଳି ସ୍ଥିତିରେ ନିର୍ଭରଯୋଗ୍ୟ ହାଇସ୍ପିଡ୍ ଇଣ୍ଟରନେଟ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜଟଣୀ ଓ ପୁରୀ ସହରରେ ଆରମ୍ଭ ହୋଇଛି ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର।

ଓଡ଼ିଶାରେ ନିଜ ଉପସ୍ଥିତିକୁ ଦ୍ରୁତ ବେଗରେ ସମ୍ପ୍ରସାରଣ କରୁଥିବା ଜିଓ ଫାଇବର ପର୍ଯ୍ୟାୟକ୍ରମେ ଓଡ଼ିଶାର ବିଭିନ୍ନ ସହର ଓ ନଗରଗୁଡ଼ିକରେ ସେବା ପ୍ରଦାନ କରୁଛି। ନିକଟରେ ଝାରସୁଗୁଡା, ସମ୍ବଲପୁର, ବ୍ରଜରାଜନଗର, ରାଉରକେଲା, ସୁନ୍ଦରଗଡ଼, ବଲାଙ୍ଗୀର ଓ ଭବାନୀପାଟଣା ଭଳି ସହରରେ ପ୍ରମୁଖ ଅଞ୍ଚଳଗୁଡ଼ିରେ ସେବା ଯୋଗାଣ ଆରମ୍ଭ କରିଥିବା ଜିଓ ଫାଇବର ଏବେ ଜଟଣୀ ଓ ପୁରୀ ସହରର କେତେକ ଅଞ୍ଚଳରେ ସେବା ଆରମ୍ଭ କରିଛି।

ଏଥିସହିତ ଜିଓ ଫାଇବର ସେବା ଓଡ଼ିଶାର ଭୁବନେଶ୍ୱର, କଟକ, କୋରାପୁଟ, ଯାଜପୁର ରୋଡ୍‌, ଅନୁଗୁଳ, କେନ୍ଦ୍ରାପଡା ସମେତ ୧୫ ଟି ପ୍ରମୁଖ ସହର ଓ ନଗରରେ ନିଜ ଉପସ୍ଥିତି ଜାହିର କରିଛି।jio-2ଜଟଣୀର ମହୁଲ ଗାଡ଼ିଆ ଛକରୁ ମୁଣ୍ଡିଆ ସାହି ପର୍ଯ୍ୟନ୍ତ ଅଞ୍ଚଳ, ଥାନା ଛକ, ଆନ୍ଧ୍ରା ବ୍ୟାଙ୍କ ଲେନ୍‌, ବାଲିଛକ ସାହି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଲେନ୍‌, ମୁଣ୍ଡିଆ ସାହି, ଗାର୍ଲ୍ସ ହାଇ ସ୍କୁଲ୍ ରୋଡ୍‌, ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି।

ସେହିଭଳି ପୁରୀ ସହରର ମାରୁତି ନଗର, ବାଲିଘାଟ, ପୁରୁଷୋତ୍ତମ ନଗର, ବ୍ୟାଙ୍କ କଲୋନୀ, ଟିକେଆର୍‌ଆଇଟି କଲୋନୀ, ସିଦ୍ଧ ମହାବୀର ପାଟଣା, ଗଉଡ ସାହି ଆଦି ଅଞ୍ଚରେ ଜିଓ ଫାଇବର ସେବା ଉପଲବ୍ଧ ହୋଇଛି।

ପୂର୍ବରୁ ଭୁବନେଶ୍ୱର ଓ କଟକର ବିଭନ୍ନ ଅଞ୍ଚଳରେ ଉପଲବ୍ଧ ହୋଇଥିବା ଜିଓ ଫାଇବର ସେବା ଏବେ ଟୁଇନ୍ ସିଟିର ଅଧିକ ଅଞ୍ଚଳକୁ ସଂପ୍ରସାରିତ ହୋଇଛି। ବର୍ତ୍ତମାନ ଭୁବନେଶ୍ୱରର ନୟାପଲ୍ଲୀ, ଆଇଆର୍‌ସି ଭିଲେଜ୍‌, ନୟାପଲ୍ଲୀ ବ୍ରିଟ୍ କଲୋନୀ, ଜୟଦେବ ବିହାର, ମୈତ୍ରୀ ବିହାର, ଜଗନ୍ନାଥ ବିହାର, ନୀଳାଦ୍ରୀ ବିହାର, ଓୟୁଏଟି, ଖାରବେଳ ନଗର, ୟୁନିଟ୍ ୯ ଓ ଭୋଇନଗର, ବ୍ରହ୍ମେଶ୍ୱର ପାଟଣା, ଶହୀଦ ନଗରର ପ୍ରମୁଖ ଅଞ୍ଚଳ, ଡୁମୁଡୁମା, ଆଇଗିଣିଆ, ପ୍ରେସ୍ ଛକ, ସତ୍ୟସାଇ ଏନ୍‌କ୍ଲେଭ୍‌, କସ୍‌ମୋପଲିସ୍‌, ଡିଏନ୍ ଅକ୍ସି ପାର୍କ ଏବଂ ପଞ୍ଚସଖାନଗର ଅଞ୍ଚଳରେ ଏହା ଏବେ ଉପଲବ୍ଧ ହୋଇଛି।jioସେହିପରି କଟକର ସିଡିଏ ସେକ୍ଟର ୬, ସେକ୍ଟର ୭, ସେକ୍ଟର ୮ ଓ ସେକ୍ଟର ୯, ଜୋବ୍ରା, ମହାନଦୀ ବିହାର, ଗଣ୍ଡରପୁର, ବାଲିପାଟଣା, ଡଗରପଡ଼ା, କାଫଲା୍‌, ସେଲ୍‌ଟର କଲୋନୀ, ନିମଚୌଡ଼ି, ବିଡ଼ାନାସୀ, ଚହଟା, ଦରଘା ବଜାର, ଅପର୍ଣ୍ଣା ନଗର, ରାଉସ ପାଟଣା, ମେରିଆ ବଜାର, ଅପାଣିଆ, ଆନନ୍ଦ ବିହାର ଓ ସାମନ୍ତ ସାହି ଆଦି ଅଞ୍ଚଳରେ ଜିଓ ଫାଇବର ଉପଲବ୍ଧ ହୋଇଛି।

ଜିଓ ଫାଇବର ନିକଟରେ ତାହାର ତାରିଫ ପ୍ଲାନଗୁଡ଼ିକରେ ପୁନର୍ବିନ୍ୟାସ କରିଛି। ଏହି ନୂଆ ଜିଓ ଫାଇବର ତାରିଫ ପ୍ଲାନଗୁଡ଼ିକ ଅତ୍ୟନ୍ତ ସୁଲଭ ହେବା ସହ ଅନ୍‌ଲିମିଟେଡ୍ ଇଣ୍ଟରନେଟ, ଅନ୍‌ଲିମିଟେଡ୍ ଭଏସ କଲ୍‌, ଉଭୟ ଅପ୍‌ଲୋଡ ଏବଂ ଡାଉନଲୋଡ କ୍ଷେତ୍ରରେ ସମାନ ସ୍ପିଡ (ସିମେଟ୍ରିକ ସ୍ପିଡ) ପ୍ରଦାନ କରୁଛି  ଏବଂ ସୁଲଭ ପ୍ଲାନଗୁଡ଼ିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି।BGUଜିଓ ଫାଇବର ଏହାର ନୂଆ ଗ୍ରାହକଙ୍କ ପାଇଁ ସର୍ତ୍ତବିହୀନ ୩୦ ଦିନର ମାଗଣା ଟ୍ରାଏଲ ପ୍ରଚଳନ କରିଛି। ଏଥିରେ ନୂଆ ଗ୍ରାହକଙ୍କୁ ୩୦ ଦିନ ପାଇଁ ମାଗଣାରେ ୧୫୦ ଏମବିପିଏସ ଏବଂ ଅନ୍‌ଲିମିଟେଡ୍ ଇଣ୍ଟରନେଟ୍ ସହିତ ୧୦ଟି ମାଗଣା ଓଟିଟି ଆପ୍ ଯୋଗାଇ ଦିଆଯାଉଛି। ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ତାହା ନଚାହାନ୍ତି ତେବେ ଏହି ସଂଯୋଗ ଫେରସ୍ତ କରିବାର ବିକଳ୍ପ ମଧ୍ୟ ରହିଛି। ନିର୍ଭରଯୋଗ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ଓ ଓ୍ଵାଇଫାଇ ଦ୍ଵାରା ଜିଓ ଫାଇବର ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଏବଂ ସପିଂ ଅନୁଭୂତି ପ୍ରଦାନ କରୁଛି।

Comment