ଓଡ଼ିଶାଲାଇଭ୍‌ ବ୍ୟରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ପାଖରେ ଥିବା ଏକ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଜଟଣୀ ରାଜା ବଜାରର ସଏଦ ନସୁରୁଦ୍ଦିନ ବୋଲି ଜଣାପଡିଛି। ତେବେ ଯୁବକଙ୍କୁ କେହି ହତ୍ୟା କରି କେନାଲରେ  ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।BGU

ରବିବାର ସ୍ଥାନୀୟ ଲୋକ କେନାଲରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ମିଳିବା ପରେ ପୋଲିସ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comment