ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ କୋଲକାତାକୁ ମାଗଣାରେ ବସ୍ ସେବା ଯୋଗାଇ ଦେବାକୁ ରବିବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତାକୁ ଯିବା ରାଜ୍ୟ ସରକାର ମାଗଣା ବସ ବ୍ୟବସ୍ଥା କରିଛନ୍ତି।

ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ବସ ସେବା ଜାରି ରହିବ। ଯାତାୟତ ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ।

ବାହାନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ କୋଲକତାକୁ ଟ୍ରେନ ସେବା ବ୍ୟାହାତ ହୋଇଛି। ଫଳରେ କୋଲକାତା ଯିବାକୁ ଥିବା ଅନେକ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଥିଲା। ଅନ୍ୟ ପକ୍ଷରେ ଶନିବାର ଦିନ ଟ୍ରେନରେ କୋଲକାତା ଯିବାକୁ ଥିବା ଯାତ୍ରୀମାନେ ବସରେ ଯିବାକୁ ଲମ୍ବା ଧାଡ଼ିରେ ଛିଡ଼ି ହୋଇଥିଲେ।

ବସ୍  ଭଡ଼ା ନବଢ଼ାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଗିଦ କରାଯିବା ସହ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଶନିବାର ଦିନ କିଛି ବସ୍ କୋଲକାତା ଯିବାକୁ ଥିବା ଯାତ୍ରୀଙ୍କଠାରୁ ଦୁଇଗୁଣା ଭଡ଼ା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଏନେଇ ଥାନାରେ ଅଭିଯୋଗୁ ମଧ୍ୟ ହୋଇଥିଲା।

ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ କୋଲକାତା ଯିବାକୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗରା ବସ୍ ବ୍ୟବସ୍ଥା କରାଯାଇଛି। ଏହିପାଇଁ ପ୍ରାୟ ୫୦ଟି ବସ ନିୟୋଜିତ ହୋଇଛି।

Tags: #FreeBusService #Kolkata #CMOdisha #BalasoreBahanagaTrainTragedy #RescueOperation

Comment