ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ମୋଟୋରୋଲାର ନୂଆ ସ୍ମାର୍ଟଫୋନ୍ Moto E7 Plusର ଦାମ୍ ଓ ଫିଚର ବିଷୟରେ…

ମୋଟୋରୋଲା ନିଜର ନୂଆ ସ୍ମାର୍ଟଫୋନ୍ Moto E7 Plusକୁ ଭାରତରେ ଲଞ୍ଚ୍ କରିବା ପାଇଁ ଜୋରଦାର୍ ପ୍ରସ୍ତୁତି ଚଳାଇଛି। ଆସନ୍ତା ୨୩ ତାରିଖ ମଧ୍ୟାହ୍ନ ୧୨ଟାରେ ଏହାକୁ ଫ୍ଲିପ୍‌କାର୍ଟ ଜରିଆରେ ଲଞ୍ଚ୍ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ଶସ୍ତା ସ୍ମାର୍ଟଫୋନ୍‌ଗୁଡ଼ିକୁ Moto E7 Plus ଫୋନ୍ କଡ଼ା ଟକ୍କର ଦେବ ବୋଲି କମ୍ପାନି ଦାବି କରିଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ଦାମ୍ ଓ ଫିଚର ବିଷୟରେ..

ଫିଚର ଓ ଦାମ୍

ଏହି ଫୋନ୍‌ରେ ହାଇବ୍ରିଡ୍ ଡୁଆଲ ସିମ୍ ସପୋର୍ଟ ରହିଛି। ଏହାଛଡ଼ା ଏଥିରେ ଆଣ୍ଡ୍ରଏଡ୍ ୧୦ ଓ ୬.୫ ଇଞ୍ଚ୍‌ର HD+ ଡିସ୍‌ପ୍ଲେ ବି ମିଳୁଛି। ଏହି ଫୋନ୍‌ରେ କ୍ଵାଲକମ୍‌ର ୧.୮ GHz ସ୍ପିଡ୍‌ର ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର୍ ଓ ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୧୦ ଜିପିୟୁ ଦିଆଯାଇଛି।

ସେହିପରି ୪ ଜିବି RAM + ୬୪ ଜିବି ROM ଷ୍ଟୋରେଜ୍ ସୁବିଧା ପ୍ରଦାନ କରାଯାଉଛି। ରିୟର ପ୍ୟାନେଲ୍‌ରେ ଫିଙ୍ଗରପ୍ରିଣ୍ଟ୍ ସେନ୍ସର ବି ଦିଆଯାଇଛି। ଏହି ଫୋନ୍‌ର ଓଜନ ରହିଛି ୨୦୦ ଗ୍ରାମ୍। ତେବେ କମ୍ପାନି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ୧୫,୦୦୦ ଟଙ୍କା ଭିତରେ ଏହି ଫୋନ୍‌ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି।କ୍ୟାମେରା

ମୋଟୋରୋଲାର ଏହି ସ୍ମାର୍ଟଫୋନ୍‌ରେ ଡୁଆଲ ରିୟର କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏଥିସେ ମୁଖ୍ୟ କ୍ୟାମେରାଟି ୪୮MPର ଓ ଏହାର ଆପର୍ଚର୍ f/୧.୭ ଅଛି। ଦ୍ଵିତୀୟ ରିୟର କ୍ୟାମେରାଟି ୨MP ରହିଛି। ସେହିପରି ସେଲ୍ଫି ପାଇଁ ଏଥିରେ ୮MPର ଫ୍ରଣ୍ଟ କ୍ୟାମେରା ମିଳୁଛି, ଯାହାର ଆପର୍ଚର୍ f/୨.୨ ଅଛି।ବ୍ୟାଟେରି

ଏହି ସ୍ମାର୍ଟଫୋନ୍‌ରେ ୫,୦୦୦mAhର ବ୍ୟାଟେରି ଦିଆଯାଇଛି। ଏଥିସହ ୧୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ। କନେକ୍ଟିଭିଟି ପାଇଁ ଏଥିରେ ୪ଜି, ବ୍ଲୁଟୁଥ୍ v୫, ଓ୍ଵାଇ-ଫାଇ, ମାଇକ୍ରୋ ୟୁଏସ୍‌ବି ଓ ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here