ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ ହୋଇଥିବା ସାମସଙ୍ଗ ଗାଲାକ୍ସି ଏମ୍‌୫୧ର ଫିଚର ଓ ଦାମ୍ ବିଷୟରେ ଜାଣନ୍ତୁ..

ଦକ୍ଷିଣ କୋରିଆର ଟେକ୍ନୋଲୋଜି କମ୍ପାନି ସାମସଙ୍ଗ ଭାରତରେ ଏକ ନୂଆ ସ୍ମାର୍ଟ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ର ନାଁ ରହିଛି ଗାଲାକ୍ସି ଏମ୍‌୫୧। ତେବେ ଏହି ସ୍ମାର୍ଟଫୋନ୍‌ର ବ୍ୟାଟେରିକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଭାରତରେ ପ୍ରଥମ କରି ୭୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀବିଶିଷ୍ଟ ସ୍ମାର୍ଟଫୋନ୍ ଉପଲବ୍ଧ ହେବାକୁ ଯାଉଛି। ଖାସ୍ କଥା ହେଉଛି ବ୍ୟାଟେରି ସହିତ ଏଥିରେ ୨୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସୁବିଧା ବି ପ୍ରଦାନ କରାଯାଉଛି।

ଫିଚର

ସାମସଙ୍ଗ ଗାଲାକ୍ସି ଏମ୍‌୫୧ରେ ୬.୭ ଇଞ୍ଚର ସୁପର ଏମୋଲେଡ୍ ଡିସ୍‌ପ୍ଲେ ରହିଛି। ଏହା ଛଡ଼ା ଏଥିରେ କ୍ଵାଲକମ୍‌ର ସ୍ନାପ୍‌ଗ୍ରେଡନ ୭୩୦ଜି ପ୍ରୋସେସର୍ ଦିଆଯାଇଛି। ଏହା ସହିତ ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୧୮ ଜିପିୟୁ ମିଳୁଛି। ଏହି ଫୋନ୍‌ରେ ୬ ଜିବି ଓ ୮ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ମଧ୍ୟ ଦିଆଯାଇଛି। ଏହାକୁ ମେମୋରି କାର୍ଡ ମାଧ୍ୟମରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନ୍‌ ଇଲେକ୍ଟ୍ରିକ୍ ବ୍ଲୁ ଓ ସ୍ଲେଷ୍ଟିକାଲ ବ୍ଲାକ୍ କଲର୍‌ରେ ଉପଲବ୍ଧ ହେବ।

କ୍ୟାମେରା

ଏହି ସ୍ମାର୍ଟଫୋନ୍‌ରେ ୪ଟି କ୍ଵାଡ୍ ରିୟର କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏଥିରେ ୬୪MPମେନ୍‌ ଲେନ୍ସ ରହିଛି, ଯାହାର ଆପାର୍ଚର ଏଫ୍/୧.୮ ଅଛି। ସେହିପରି ୧୨MPର ଅଲଟ୍ରା ଓ୍ଵାଇଡ୍ ଆଙ୍ଗେଲ, ୫MPର ମାଇକ୍ରୋ ଏବଂ ୫MPର ଡେଫ୍‌ଥ ସେନ୍ସର ଦିଆଯାଇଛି। ସେଲ୍ଫି ପାଇଁ ଏହି ସ୍ମାର୍ଟଫୋନ୍‌ରେ ୩୨MPର ଫ୍ରଣ୍ଟ କ୍ୟାମେରା ମିଳୁଛି।

ବ୍ୟାଟେରି

ଏଥିରେ ୭୦୦୦ଏମ୍‌ଏଏଚ୍‌ର ବ୍ୟାଟେରି ରହିଛି। ଏହା ସହିତ ୨୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳୁଛି ଏବଂ ଏହି ୨୫ ଓ୍ଵାଟ୍‌ର ଚାର୍ଜର ଫୋନ୍‌ ବକ୍ସରେ ହିଁ ମିଳିବ।

ବ୍ୟାଟେରି ସହିତ ପାଓ୍ଵାର ସେୟାରିଂ ସପୋର୍ଟ ମଧ୍ୟ ଅଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି, ବ୍ଲୁଟୁଥ୍, ଜିପିଏସ୍ ଓ ଟାଇପ୍-ସି ଚାର୍ଜିଂ ସପୋର୍ଟ ମିଳୁଛି।BGUଦାମ୍

ରାମ୍ ଦୃଷ୍ଟିରୁ ଏହି ଫୋନ୍ ଦୁଇଟି ଭିନ୍ନ ଦରରେ ବିକ୍ରି ହେଉଛି। ୬ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଫୋନ୍‌ର ଦାମ୍ ରହିଛି ୨୪,୯୯୯ ଟଙ୍କା। ସେହିପରି ୮ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଫୋନ୍‌ର ଦାମ୍ ରହିଛି୨୬,୯୯୯ ଟଙ୍କା। ଏହି ଫୋନ୍ ଆମାଜନ୍ ଇଣ୍ଡିଆ, ସାମ୍‌ସଙ୍ଗ ଅନ୍‌ଲାଇନ୍ ଷ୍ଟୋର ଓ ରିଟେଲ ଷ୍ଟୋର୍‌ରେ ୧୮ ସେପ୍ଟେମ୍ବରରୁ ଆରମ୍ଭ ହେବ।

Comment