ଓଡ଼ିଶାଲାଇଭ୍ ବ୍ୟୁରୋ

ସାମସଙ୍ଗ ଗ୍ରାଣ୍ଡ ଦିଓ୍ଵାଲି ଫେଷ୍ଟ ସେଲ୍‌ରେ କେଉଁ ଜିନିଷ ଉପରେ କେତେ ରିହାତି ମିଳୁଛି ଜାଣନ୍ତୁ।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସାମସଙ୍ଗ ଗ୍ରାଣ୍ଡ ଦିଓ୍ଵାଲି ଫେଷ୍ଟ ସେଲ୍ ଆରମ୍ଭ ହୋଇଯାଇଛି। ଏହି ସେଲ୍ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ କମ୍ପାନି ନିଜ ଗାଲାକ୍ସି ସ୍ମାର୍ଟଫୋନ୍‌ଗୁଡ଼ିକୁ ୪୦ ପ୍ରତିଶତ ରିହାତିରେ ବିକ୍ରି କରୁଛି। ସେହିପରି ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ଉପରେ ୬୦ ପ୍ରତିଶତ ଯାଏଁ ରିହାତି ଏବଂ କ୍ୟାସ୍‌ବ୍ୟାକ୍ ମିଳୁଛି। ତେବେ କେଉଁ ଜିନିଷ ଉପରେ କେତେ ରିହାତି ମିଳୁଛି ଆସନ୍ତୁ ଜାଣିବା।

ଏହି ସବୁ ଫୋନ୍‌ରେ ରିହାତି ମିଳୁଛି

ସାମସଙ୍ଗ ଗାଲାକ୍ସି ଏସ୍ ୨୦ ପ୍ଲସ୍ ଉପରେ ୪୦ ପ୍ରତିଶତ ରିହାତି ମିଳୁଛି। ଏହି ଫୋନ୍‌ର ପ୍ରାଇସ୍ ରେଞ୍ଜ୍ ୮୩ ହଜାର ଥିବା ବେଳେ ଫେଷ୍ଟିଭ୍ ସେଲ୍‌ରେ ଏହା ୪୯,୯୯୯ ରୁ ୩୩,୦୦୧ ଟଙ୍କା ଭିତରେ ବିକ୍ରି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି ସାମସଙ୍ଗ ଗାଲାକ୍ସି ନୋଟ୍ ୧୦ ଅଲଟ୍ରା ଫୋନ୍ ୧,୦୪,୯୯୯ ଟଙ୍କାରେ ବିକ୍ରି ହେବ। ଏଥିରେ ୧୧,୦୦୧ ଟଙ୍କା ରିହାତି ମିଳୁଛି।ସ୍ପିକର, ସ୍ମାର୍ଟଓ୍ଵାଚ୍ ଉପରେ ରିହାତି

ସାମସଙ୍ଗର JBL ସ୍ପିକର ଉପରେ ୬,୦୦୦ ଟଙ୍କା ରିହାତି ମିଳୁଛି। ୧୫,୯୯୯ ଟଙ୍କା ବଦଳରେ ଏହି ସ୍ପିକର ଏବେ ୯,୯୯୯ ଟଙ୍କାରେ ବିକ୍ରି ହେବ। JBL ଫ୍ଲିପ୍ ୫ ଓ୍ଵାୟରଲେସ୍ ସ୍ପିକରର ଦାମ୍ ରହିଛି ୬,୯୯୯ ଟଙ୍କା। ସେହିପରି JBL ୫.୧ ସାଉଣ୍ଡ ବାର୍ ଓ୍ଵାୟରଲେସ୍ ସବ୍‌ବୁଫର ୪୩,୯୯୯ ଟଙ୍କାରେ ବିକ୍ରି ହେଉଛି।

ସାମସଙ୍ଗ ଗାଲାକ୍ସି ସ୍ମାର୍ଟଓ୍ଵାଚ୍‌ର ଦାମ୍ ରହିଛି୧୪,୯୯୦ ଟଙ୍କା। ସେହିପରି ସାମସଙ୍ଗ ୫୫ ଇଞ୍ଚ୍ ୪କେ ସ୍ମାର୍ଟ ଟିଭିର ଦାମ୍ ୧,୨୯,୯୯୦ ଟଙ୍କାରୁ ଖସି ୮୧,୯୯୦ ଟଙ୍କାରେ ଉପଲବ୍ଧ ହେଉଛି। ଏଥିସହ ଓ୍ଵାୟରଲେସ୍ ଚାର୍ଜରକୁ ୪,୯୯୯ ଟଙ୍କା ପରିବର୍ତ୍ତେ ୧,୯୯୯ ଟଙ୍କାରେ ବିକ୍ରି କରାଯାଉଛି।HDFC ବ୍ୟାଙ୍କ ଜରିଆରେ ସପିଂ କଲେ ମିଳୁଛି ରିହାତି

ବିଭିନ୍ନ ଜିନିଷ ଉପରେ ସିଧାସଳଖ ରିହାତି ବ୍ୟତୀତ ସାମାସଙ୍ଗ କ୍ୟାସ୍‌ବ୍ୟାକ୍ ମଧ୍ୟ ପ୍ରଦାନ କରୁଛି। HDFC ବ୍ୟାଙ୍କ ଜରିଆରେ ଜିନିଷ କିଣିଲେ କମ୍ପାନି ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଦେଉଛି। ଏହାଛଡ଼ା ସାମସଙ୍ଗ ସପ୍ ଆପ୍‌ ସାହାଯ୍ୟରେ ଜିନିଷ କିଣିଲେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ସେହିପରି OLA ମନିରୁ ଟଙ୍କା ପୈଠ କଲେ ୧,୦୦୦ ଟଙ୍କା ଯାଏଁ କ୍ୟାସ୍‌ବ୍ୟାକ୍ ମିଳିବ।

Comment