ଓଡ଼ିଶାଲାଇଭ୍ ବ୍ୟୁରୋ

ସାମସଙ୍ଗ ‘ହୋମ୍ ଫେଷ୍ଟିଭ୍ ହୋମ୍’ ଅଭିଯାନରେ କେଉଁ ଜିନିଷ ଉପରେ କେଉଁ ଅଫର୍ ମିଳୁଛି ଜାଣନ୍ତୁ।

ଭାରତର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ, ଦଶହରା ଓ ଦୀପାବଳି ଅବସରରେ ‘ହୋମ୍‌ ଫେଷ୍ଟିଭ୍ ହୋମ୍’ ଅଭିଯାନ ଆରମ୍ଭ କରିଛି। ଏଥିରେ ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍ ଆଦି ଉପରେ ଆକର୍ଷଣୀୟ ରିହାତି ମିଳୁଛି। ଏଥିସହ ଗ୍ରାହକଙ୍କୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ବି ଦିଆଯାଉଛି। ତେବେ ଜାଣନ୍ତୁ ଏହି ଅଫର୍ ବିଷୟରେ…ସ୍ମାର୍ଟ ଟିଭି ପାଇଁ ଅଫର

-ସାମସଙ୍ଗ QLED 8K ଟିଭିର ୮୫ ଇଞ୍ଚ୍, ୮୨ ଇଞ୍ଚ୍ ଓ ୭୫ ଇଞ୍ଚ୍ ମଡେଲ କିଣିଲେ ଫ୍ଲାଗ୍‌ସିପ୍ ଫୋଲ୍ଡେବଲ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡ ଉପହାର ଆକାରରେ ମିଳୁଛି।

– QLED ଟିଭିର ୭୫ ଇଞ୍ଚ୍ ଓ ଏହାଠୁ ଅଧିକ ଇଞ୍ଚ୍‌ର ମଡେଲ କ୍ରୟ କଲେ ଗାଲାକ୍ସି ଏସ୍‌୨୦ ଅଲ୍‌ଟ୍ରା ସ୍ମାର୍ଟଫୋନ୍ ମିଳୁଛି ।

– ୫୫ ଇଞ୍ଚିଆ QLED ଓ ୬୫ ଇଞ୍ଚିଆ UHD ମଡେଲ ସହ ଗାଲାକ୍ସି ଏ୨୧ଏସ୍ ଦିଆଯାଉଛି।

-୬୫ ଇଞ୍ଚିଆ QLED, QLED 8Kର ୭୦ ଇଞ୍ଚ୍ ମଡେଲ ଓ କ୍ରିଷ୍ଟାଲ 4K UHD ମଡେଲ ସହ ଗାଲାକ୍ସି ଏ୩୧ ସ୍ମାର୍ଟଫୋନ୍ ମିଳିବ।

-ସମସ୍ତ ଜିନିଷ ଉପରେ ୩ ବର୍ଷ ପାଇଁ ଓ୍ଵାରେଣ୍ଟି ମିଳିବ।

-QLED ଟିଭି ଉପରେ ୧୦ ବର୍ଷ ପାଇଁ ନୋ ସ୍କ୍ରିନ୍ ବର୍ନ-ଇନ୍ ଓ୍ଵାରେଣ୍ଟି ଦିଆଯିବ।

-ଜିନିଷ କ୍ରୟ କରିବା ପାଇଁ ୯୯୦ ଟଙ୍କାରୁ ଇଏମ୍‌ଆଇ ସୁବିଧା ଓ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମଧ୍ୟ ଦିଆଯିବ।ଫ୍ରିଜ୍ ପାଇଁ ଅଫର

-ଉପଭୋକ୍ତାଙ୍କୁ ସାମସଙ୍ଗ ଫ୍ଲାଗ୍‌ସିପ୍ ସ୍ପେଶ୍‌ମାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର କିଣିଲେ ଗାଲାକ୍ସି ନୋଟ୍୧୦ ଲାଇଟ୍ ମିଳିବ।

-‘ମେକ୍ ଫର୍ ଇଣ୍ଡିଆ’ ସାମସଙ୍ଗ କର୍ଡ ମାଷ୍ଟ୍ରୋ ଫ୍ରିଜ୍ କ୍ରୟ ଉପରେ ୧୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ।

-ଆଇଓଟି ସକ୍ଷମ ଫ୍ୟାମିଲି ହବ୍ ଫ୍ରିଜ୍ କିଣିଲେ ୨୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ।

-ସାଇଡ୍ ବାଇ ସାଇଡ୍ ଓ ଫାଷ୍ଟ-ଫ୍ରି ମଡେଲ ଉପରେ ଯଥାକ୍ରମେ ୨,୪୦୦ ଓ ୯୯୦ ଟଙ୍କାର ପ୍ରାରମ୍ଭିକ ଇଏମ୍‌ଆଇ ସହିତ ୧୦ ପ୍ରତିଶତ ଯାଏଁ କ୍ୟାସ୍‌ବ୍ୟାକ୍ ମିଳିବ।

-ଡିଜିଟାଲ ଇନ୍‌ଭର୍ଟର ଟେକ୍ନୋଲୋଜିବିଶିଷ୍ଟ ସମସ୍ତ ଫ୍ରିଜ୍ କମ୍ପ୍ରେସର ଉପରେ ୧୦ ବର୍ଷ ଯାଏଁ ଓ୍ଵାରେଣ୍ଟି ଦିଆଯିବ।ଓ୍ଵାସିଂ ମେସିନ ପାଇଁ ଅଫର

-ସାମସଙ୍ଗ ଓ୍ଵାସର ଡ୍ରାୟର ମଡେଲ ଉପରେ ୨୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଓ ସିଲେକ୍ଟ ଫ୍ଲେକ୍ସଓ୍ଵାସ୍ ଏବଂ ଏଡଓ୍ଵାସ୍ ଓ୍ଵାସିଂ ମେସିନ ଉପରେ ୧୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ରହିଛି।

-ସମ୍ପୂର୍ଣ୍ଣ ଅଟୋମେଟିକ୍ ଫ୍ରଣ୍ଟ ଲୋଡ୍ ଓ ଅଟୋମେଟିକ୍ ଟପ୍ ଲୋଡ୍ ଓ୍ଵାସିଂ ମେସିନ କିଣିଲେ ୧୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଦିଆଯାଉଛି।

ଏହି ସବୁ ଅଫର ସହ ସାମସଙ୍ଗ ମାଇକ୍ରୋ ଓଭନ୍‌ରେ ମଧ୍ୟ ଆକର୍ଷଣୀୟ ରିହାତି ମିଳୁଛି।

Comment