ଓଡ଼ିଶାଲାଇଭ୍ ବ୍ୟୁରୋ

ସାମସଙ୍ଗ ଖୁବଶୀଘ୍ର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏହାର ନାଁ ରହିଛି Galaxy M12। ଏଥିରେ ୭,୦୦୦mAh ବ୍ୟାଟେରି ମିଳିବ। ଏହାଛଡ଼ା ଅନେକ ଦମ୍‌ଦାର୍ ଫିଚର ଓ ଆକର୍ଷଣୀୟ ଡିଜାଇନ୍‌ ସହିତ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବ ବୋଲି କୁହାଯାଉଛି।

ଫିଚର ଓ ଦାମ୍

ସାମସଙ୍କ ଗାଲାକ୍ସି ଏମ୍‌୧୨ରେ ୬.୫ ଇଞ୍ଚ୍‌ର ପତଳା ଡିସ୍‌ପ୍ଲେ ମିଳିବ। ଏଥିରେ ପ୍ଲାଷ୍ଟିକ୍ ୟୁନିବଡି ବ୍ୟାକ୍ ପ୍ୟାନେଲ, ଗ୍ଲାସ୍ ଫ୍ରଣ୍ଟ ଓ ପ୍ଲାଷ୍ଟିକ୍ ଫ୍ରେମ୍ ରହିବ। ଏଥିସହ ଡୁଆଲ (ନାନୋ) ସିମ୍ ସପୋର୍ଟ ମଧ୍ୟ ଦିଆଯିବ।

ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ଓ୍ଵାନ୍ ୟୁଆଇ ୨.୫ରେ ଚାଲିବ। ଏଥିସହ ଫୋନ୍‌ର ପାଓ୍ଵାର ବଟନ୍‌ରେ ଫିଙ୍ଗରପ୍ରିଣ୍ଟ ରହିବ। ଫୋନ୍‌ର ଓଜନ ୧୬୯ ଗ୍ରାମ୍ ରହିବ। ଗାଲାକ୍ସି ଏମ୍‌୧୨ର ଦାମ୍‌କୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଏହି ଫୋନ୍ ୧୩,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଉଛି।କ୍ୟାମେରା

ଏହି ଫୋନ୍‌ରେ ସ୍କାଇବର ରିୟର କ୍ୟାମେରା ମୋଡ୍ୟୁଲ ସପୋର୍ଟ ରହିବ। ମୋଡ୍ୟୁଲରେ ୪ଟି ସେନ୍ସର ରହିବ ଓ ମୋଡ୍ୟୁଲ ତଳକୁ ଫ୍ଲାସ୍ ଲାଇଟ୍ ମଧ୍ୟ ରହିବ ବୋଲି କୁହାଯାଉଛି।

ଏହି ଫୋନ୍‌ରେ ଟ୍ରିପଲ୍ ରିୟର କ୍ୟାମେରା ଦିଆଯିବ। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ରହିବ। ଏଥିସହ ଦ୍ଵିତୀୟ କ୍ୟାମେରାଟି ୮ ମେଗାପିକ୍ସେଲ ଓ ତୃତୀୟ କ୍ୟାମେରାଟି ୫ ମେଗାପିକ୍ସେଲରେ ଉପଲବ୍ଧ ହେବ।

ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିବ। ଏଥିସହ ଡିଜିଟାଲ ଜୁମ୍, ଅଟୋ ଫ୍ଲାସ୍, ଫେସ୍ ଡିଟେକ୍ସନ, ଟଚ୍ ଟୁ ଫୋକସ୍ ପରି ଫିଚର ମଧ୍ୟ ମିଳିବ।

ଷ୍ଟୋରେଜ୍

ସାମସଙ୍ଗ ଗାଲାକ୍ସି ଏମ୍‌୧୨ରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ରହିବ।ବ୍ୟାଟେରି ଓ କନେକ୍ଟିଭିଟି

ସାମସଙ୍ଗ ଗାଲାକ୍ସି ଏମ୍‌୧୨ରେ ୭,୦୦୦mAhର ବ୍ୟାଟେରି ମିଳିବ। କନେକ୍ଟିଭିଟି ପାଇଁ ଏଥିରେ ଓ୍ଵାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍, VoLTE, ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍, ୟୁଏସ୍‌ବି ଟାଇପ୍ ସି ସପୋର୍ଟ ମିଳିବ ବୋଲି କୁହାଯାଉଛି।

Comment