ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାମସଙ୍ଗ ଏକ ଷ୍ଟ୍ରେଚେବଲ୍ ଫୋନ୍ ଆଣିବାକୁ ଯାଉଛି। ଆସନ୍ତା ବର୍ଷ ଏହାକୁ ଲଞ୍ଚ୍ କରାଯିବ ବୋଲି ଅନୁମାନ କରାଯାଉଛି। ଏନେଇ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହାର ଫିଚରକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।

ସାମସଙ୍ଗ ବୈଶ୍ଵିକ ବଜାରରେ ସର୍ବପ୍ରଥମ ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିବା ପାଇଁ ପେଟେଣ୍ଟ ଅଧିକାର ଲାଗି ନାମ ପଞ୍ଜିକରଣ କରିସାରିଛି। ତେଣୁ ଖୁବଶୀଘ୍ର ଏହି ସ୍ମାର୍ଟଫୋନ୍ ବଜାରକୁ ଆସିପାରେ ବୋଲି କୁହାଯାଉଛି।

ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍‌ର ଫିଚର

ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍ ବହୁତ ପତଳା ହେବ। ଏହାର ବିଶେଷତ୍ଵ ହେଉଛି, ଏହି ଫୋନ୍‌ର ଡିସ୍‌ପ୍ଲେକୁ ନିଜ ସୁବିଧା ଅନୁସାରେ ଛୋଟ କିମ୍ବା ବଡ଼ କରାଯାଇପାରିବ। ଏଥିରେ ଏକ ବଡ଼ ସ୍କ୍ରିନ୍ ରହିବ ଯାହାକି ଫୋନ୍ ଭିତରେ ଫୋଲ୍ଡ ହୋଇପାରିବ।ଆଗକୁ ଲଞ୍ଚ୍ ହେବାକୁ ଥିବା ଏହି ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍‌ରେ ଅନେକ ଦମ୍‌ଦାର୍ ଫିଚର ଦିଆଯିବ ବୋଲି ଆଶା କରାଯାଉଛି। ୬ ଇଞ୍ଚ୍‌ବିଶିଷ୍ଟ ଏହି ଫୋନ୍‌କୁ ୮ ଇଞ୍ଚ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ଏବଂ ଏଥିରେ କ୍ରିଜ୍ ମାର୍କ ସମସ୍ୟା ରହିବନି ବୋଲି କୁହାଯାଉଛି। ଯଦି ଏପରି ହୁଏ ତେବେ ଏହି ଫୋନ୍ ତଳେ ପଡ଼ିଲେ ଭାଙ୍ଗିବା ଆଶଙ୍କା କମ୍ ରହିବ।

ତେବେ ପୂର୍ବରୁ ଲଞ୍ଚ୍ ହୋଇଥିବା ଗାଲାକ୍ସି ଫୋଲ୍ଡରେ ଯେଉଁ ସବୁ ସମସ୍ୟା ରହିଥିଲା ତାହା ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍‌ରେ ବି ରହିପାରେ ବୋଲି କୁହାଯାଉଛି। କିନ୍ତୁ ଏହାର ପ୍ରଡକ୍ସନ ଭର୍ସନ ଟିକେ ବଡ଼ ହୋଇପାରେ ବୋଲି ଅନୁମାନ କରାଯାଉଛି।

Comment