ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା। ପୂଜାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏଥର ଘରେ ରହି ପୂଜାକରିବେ ଲୋକେ। କରୋନା କଟକଣାରେ ମଣ୍ଡପ କିମ୍ଵା ସାର୍ବଜନୀନ ସ୍ଥାନରେ ଏକତ୍ରିତ ହୋଇ ପୂଜା କରିବାକୁ ମନା କରାଯାଇଛି। ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆ।ଯାଇଥିବା କହିଛନ୍ତି ଜିଲ୍ଲାପାଳ।

ଏଥର ରୂପାନଗରୀର ପୂଜା ମଣ୍ଡପକୁ ବିରାଜିବେନି ମା’ ଜଗତଜନନୀ। କେବଳ ଘରେ ରହି ମା’ଙ୍କୁ ପୂଜା କରିବେ ଲୋକେ। ମଣ୍ଡପରେ ପୂଜାକୁ ବନ୍ଦ ଘୋଷଣା ପରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି ବାଲୁବଜାର ପୂଜା କମିଟି। କରୋନା ଗାଇଡଲାଇନ ସହ ବିନା ଭକ୍ତ, ବିନା ସାଜସଜ୍ଜାରେ ମଣ୍ଡପରେ ପୂଜା କରିବାକୁ ଅନୁମତି ମାଗିଛି କମିଟି।BGUପୂର୍ବରୁ ଜିଲ୍ଲାରେ ଗଣେଶ ପୂଜାକୁ ମଧ୍ୟ ଜିଲ୍ଲା ପ୍ରଶାସନ ବନ୍ଦ କକରିବାକୁ ନିଷ୍ପତି ନେଇଥିଲେ।

Comment