ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ପୂଜା କମିଟିଗୁଡ଼ିକ କୋଭିଡ କଟକଣା ସହ ଏଥର ଦୁର୍ଗାପୂଜାକୁ ଆୟୋଜନ କରିପାରିବେ, ହେଲେ ଏଥର ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବନାହିଁ। ଏନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।  

କରୋନା ପରିସ୍ଥିତି ମଧ୍ୟରେ ଏଥର କଟକରେ ଦୁର୍ଗାପୂଜା ଆୟୋଜନ ହେବ କି ହେବନି ତାକୁ ନେଇ ଆଶଙ୍କା ଲାଗି ରହିଥିଲା। ଯଦି ପୂଜା ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ହୁଏ ଏବଂ ଲୋକମାନେ ଦର୍ଶନ ପାଇଁ ଆସନ୍ତି ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି କୁହାଯାଉଥିଲା। ଏସବୁ ମଧ୍ୟରେ ଗତକାଲି ଜିଲ୍ଲାପାଳ କଟକରେ ଦୁର୍ଗାପୂଜା ଆୟୋଜନ ହୋଇପାରିବ ନାହିଁ ବୋଲି କହିଥିଲେ।BGU

ଅନ୍ୟପଟେ ଏହାକୁ ନେଇ ବାଲୁ ବଜାର ଦୁର୍ଗାପୂଜା କମିଟି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲା। କୋଭିଡ୍ କଟକଣା ସହ ପୂଜା କମିଟିମାନଙ୍କୁ ଦୁର୍ଗାପୂଜା ଆୟୋଜନ କରିବାର ଅଧିକାର ଦେବାକୁ ଏଥିରେ କୁହାଯାଇଥିଲା। ଏହାପରେ ବୁଧବାର ଜିଲ୍ଲାପାଳ କଟକରେ ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଇଛନ୍ତି।

Comment