ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ସ୍ଥାନୀୟ ଓଭର ବ୍ରିଜ଼ ଉପରେ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମଙ୍ଗଳବାର ଅପରାହ୍ଣ ସମୟରେ ଗୋଟେ ବୋଲେରୋ ଜୟପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ଓଭର ବ୍ରଜ଼ ଉପରେ ଆସୁଥିଲା। ଏହି ସମୟରେ ଓଭର ବ୍ରିଜ ଉପରେ ଏକ ବୁଲାଣି ନିକଟରେ ଟ୍ରକଟି ବୋଲେରୋକୁ ସାଇଡ ପଟୁ ଧକ୍କା ଦେଇଥିଲା।
ଟ୍ରକଟି ଦ୍ରୁତ ଗତିରେ ଥିବାରୁ ଧକ୍କା ଫଳରେ ବୋଲେରୋ ପାର୍ଶ୍ୱ ଚେପା ହୋଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ବୋଲେରରେ ବାସିଥିବା ୩ଜଣ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତୀ ଯାଇଥିଲେ। ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟତ ଠପ ହୋଇପଡିଥିଲା।
ଖବର ପାଇ ରାୟଗଡ଼ା ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇବା ସହ ଟ୍ରକକୁ ଜବତ କରି ଚାଳକକୁ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରତି ତିନିମାସ ରେ ଓଭର ବ୍ରିଜ ମରାମତି କରାଯାଉଥିବା ବେଳେ ବାରମ୍ବାର ଖଳାଖମରେ ପରିପୂର୍ଣ୍ଣ ହୋଇଯାଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଭରରେ ବଡ଼ ବଡ଼ ଗର୍ତ ଥିବା ଯୋଗୁଁ ଦୁର୍ଘଟଣା ହେବାର ଅଧିକ ଆଶଙ୍କା ରହିଛି। ଯଥାଶୀଘ୍ର ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହୋଇଛି ।


















