ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୮୬ ନୂଆ ପଜିଟିଭ୍। ଏଥିସହିତ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬ ଶହ ପାର୍ କରିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରୁ ୧୮୩ ଜଣ କ୍ୱାରେଣ୍ଟାଇନରୁ ଏବଂ ୨୦୩ ଜଣ ଲୋକାଲ୍ କଣ୍ଟାକ୍ଟରୁ ବୋଲି ବିଏମସି ସୂଚନା ଦେଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରର ୨୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୂଚନା ରହିଛି।

ଭୁବନେଶ୍ୱରର ଗଙ୍ଗନଗର ବସ୍ତିରୁ ଆଜି ୩୮ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ୧୧ଟି କେସ୍ ସପ୍ତମ ବାଟାଲିୟନ ପୋଲିସ୍ ଫୋର୍ସ, ୧୫ଟି କେସ୍ ଆଇଆରସି ଭିଲେଜର ଏକ ସରକାରୀ ଅଫିସରୁ ଚିହ୍ନଟ ହୋଇଛି।BGUଏହାକୁ ମିଶାଇ ରାଜଧାନୀର ମୋଟ ପଜିଟିଭ୍ ସଂଖ୍ୟା ୮୬୪୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଏବେ ବି ୩୪୭୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment