ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସିଏସକି ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଏପରିକି ସେ ୟୁଏଇରୁ ଭାରତ ମଧ୍ୟ ଚାଲିଆସିଥିବା ଖବର ମିଳୁଛି। ତେବେ ଆଇପିଏଲକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ରାଇନା କାହିଁକି ଆଇପିଏଲରୁ ଓହରିଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ରାଇନାଙ୍କ ସମ୍ପର୍କୀୟଙ୍କୁ କିଛି ଦୂର୍ବୁତ୍ତମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ରାଇନାଙ୍କ ପିଉସା ପ୍ରାଣ ହରାଇଛନ୍ତି। ଏଥିସହିତ ତାଙ୍କ ପିଉସୀ ମଧ୍ୟ ଏବେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ଏହି କାରଣରୁ ରାଇନା ଆଇପିଏଲରୁ ଓହରି ଯାଇଥିବା ସୂଚନା ମିଳୁଛି।BGUଗତ ୧୯ ତାରିଖରେ ପଠାନକୋଟର ଯୋଧପୁର ଅଞ୍ଚଳରେ ରହୁଥିବା ରାଇନାଙ୍କ ପିଉସା ଘରକୁ କିଛି ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ରାତିରେ ସେମାନେ ଛାତ ଉପରେ ଶୋଇଥିବାବେଳେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ରାଇନାଙ୍କ ପିଉସା ଅଶୋକଙ୍କର ପ୍ରାଣ ହାନି ଘଟିଛି।

ଏହି ଘଟଣା ପରେ ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘରକୁ ଯାଞ୍ଚ କରିବା ସହିତ କିଛି ତଥ୍ୟ ମଧ୍ୟ ସଂଗ୍ରହ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଅପରାଧୀ ଧରାପଡ଼ିନାହାନ୍ତି। ତେବେ ଏନେଇ ରାଇନାଙ୍କ ତରଫରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

Comment