ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ସକାଳେ ହୀରାକୁଦ ଡ୍ୟାମର ୨ଟି ଗେଟ୍‌ ଖୋଲାଯିବା ପରେ ଏବେ ଡ୍ୟାମର ଆଉ ୨ ଟି ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ୪୬ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ତେବେ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳସ୍ତର ଏବେ ୬୨୬.୪୭ ଫୁଟ ରହିଛି।

ସେହିପରି ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୮ ଲକ୍ଷ ୮୬ ହଜାର କ୍ୟୁସେକ୍ ଜଳ। ନିଷ୍କାସିତ ହେଉଛି ୬ ଲକ୍ଷ ୯୫ ହଜାର ୧୭୨ କ୍ୟୁସେକ୍ ଜଳ।BGU

ଏବେ ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିପାରେ ବନ୍ୟା ଜଳ। ମୁଣ୍ଡଳିରେ ବନ୍ୟା ପାଣି ପହଞ୍ଚିବା ପରେ ସ୍ଥିତି କ’ଣ ହେବା ତାକୁ ନେଇ ସମସ୍ତେ ଆଶଙ୍କାରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here