ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିରାଡମ୍ଵର ଦୁର୍ଗାପୂଜା
  •  ବାଜିବନି ବାଜା, ଲାଗିବନି ତୋରଣ
  •  ରାବଣ ପୋଡ଼ି ହେବନି
  •  ସ୍ଵଇଚ୍ଛାରେ ଲୋକେ ଚାନ୍ଦା ଦେବେ
  • ୪ରୁ ୫ ଫୁଟ୍ ଉଚ୍ଚତାର ମୂର୍ତ୍ତି ହେବ

ଭୁବନେଶ୍ଵରରେ ବିନା ଆଡମ୍ଵରରେ ହେବ ଦୁର୍ଗାପୂଜା। ସୋମବାର ବିଭିନ୍ନ ପୂଜାମଣ୍ଡପ ଏବଂ ପୋଲିସ କମିସନରଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୪ରୁ ୫ ଫୁଟ୍ ଉଚ୍ଚତାର ମୂର୍ତ୍ତି ହେବ। ମଣ୍ଡପରେ ମାଇକ ବାଜିବନି କି ଆଲୋକ ମାଳାରେ ସଜ୍ଜିତ ମଧ୍ୟ କରାଯିବନି। ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ। ମା’ଙ୍କୁ ଦର୍ଶନ ପାଇଁ ଭକ୍ତମାନେ ମଣ୍ଡପକୁ ଆସିବେନାହିଁ, ଘରେ ରହି ପୂଜା ପାଳନ କରିବେ। ଏଥିସହ ମଣ୍ଡପରେ ତୋରଣ ନିର୍ମାଣକୁ ବାରଣ କରାଯାଇଛି। ଭସାଣୀକୁ ମଧ୍ୟ ନିରାଡମ୍ଵର ଭାବେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।BGUଚାନ୍ଦାପାଇଁ କାହାକୁ ବାଧ୍ୟ କରାଯିବନି। ସ୍ଵଇଚ୍ଛାରେ ଯିଏ ଯାହା ଦେବ, ତାକୁ ପୂଜାକମିଟିର ସଭ୍ୟମାନେ ଗ୍ରହଣ କରିବେ। ଏଥିସହ ରାବଣ ପୋଡ଼ି ମଧ୍ୟ ହୋଇପାରିବ ନାହିଁ। ଆଜି ବିଭିନ୍ନ ପୂଜାମଣ୍ଡପ ଏବଂ ପୋଲିସ କମିସନରଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ କଟକରେ ମଧ୍ୟ ନିରାଡମ୍ଵରଭାବେ ଦୁର୍ଗାପୂଜା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା।

 

 

Comment