ଓଡ଼ିଶାଲାଇଭ୍ ବ୍ୟୁରୋcorona

ଆସନ୍ତା କାଲିଠାରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦେବାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ରାଜଧାନୀର ଛଅଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୦ ହଜାର ପିଲା ପରୀକ୍ଷା ଦେବେ। କୋଭିଡ୍ ୧୯ ଗାଇଡ୍‌ଲାଇନ୍ ଅନୁଯାୟୀ ପରୀକ୍ଷା ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଯେଉଁ ପିଲାମାନେ ପରୀକ୍ଷା କେନ୍ଦ୍ର ଯିବା ପାଇଁ ଗମନାଗମନ ସୁବିଧା ଚାହିଁବେ ଓ ଯେଉଁମାନଙ୍କର ରହିବା ସୁବିଧା ନଥିବ ତାହାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।BGUଉଲ୍ଲେଖଯୋଗ୍ୟ ଯେ, ବହୁ ବିଳମ୍ବ ପରେ ସେପ୍ଟେମ୍ବର ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ଓ ସେପ୍ଟେମ୍ବର ୧୩ ତାରିଖରେ ମେଡିକାଲ ପ୍ରବେଶିକା ପରୀକ୍ଷା ସମଗ୍ର ଦେଶରେ ହେବାକୁ ଯାଉଛି।

Comment