ଓଡ଼ିଶାଲାଇଭ୍ ବ୍ୟୁରୋ
ସିଏସକେ ଦଳର ଷ୍ଟାର କ୍ରିକେଟର ସୁରେଶ ରାଇନାଙ୍କୁ ଏଥର ଆଇପିଏଲରେ ଦେଖିବାକୁ ମିଳିବନି। ଚଳିତ ବର୍ଷ ରାଇନା ଆଇପିଏଲ୍ ଖେଳିବାକୁ ୟୁଏଇ ଯାଇଥିଲେ ମଧ୍ୟ ଅଧାରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତେବେ ସେ କାହିଁକି ଆଇପିଏଲ୍ ଛାଡ଼ିଲେ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି।
ଏ ଭିତରେ ରାଇନା ଆଇପିଏଲ୍ ଛାଡ଼ିବାର ଆଉ ଏକ କାରଣ ସାମନାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଇନା ଏଥର ଆଇପିଏଲ୍ ଛାଡିବା ପଛରେ ରୁମ୍ ବିବାଦ ରହିଛି। କ୍ରିକେଟର ଧୋନୀଙ୍କ ଭଳି ରାଇନାଙ୍କୁ ରୁମ୍ ନମିଳିବାରୁ ସେ ଆଇପିଏଲ୍ ଛାଡ଼ିଥିବା ଚର୍ଚ୍ଚା ହେଉଛି।
ରାଇନାଙ୍କ ରହଣୀ ପାଇଁ ଦୁବାଇର ଏକ ଷ୍ଟାର ହୋଟେଲରେ ରୁମ୍ ବୁକ ହୋଇଥିଲୋ। ହେଲେ ସେ ରୁମକୁ ନେଇ ସୁରେଶ ରାଇନା ଖୁସି ନଥିଲେ। ଫ୍ରାଞ୍ଚାଇଜ୍ ଧୋନୀଙ୍କୁ ଯେଭଳି ରୁମ୍ ଦେଇଛି, ତାଙ୍କୁ ମଧ୍ୟ ସେଭଳି ରୁମ୍ ଦେବାକୁ ରାଇନା କହିଥିଲେ। ହେଲେ ଫ୍ରାଞ୍ଚାଇଜ୍ ଏଥିରେ ରାଜିନହେବାରୁ କ୍ରୋଧବଶତଃ ରାଇନା ଆଇପିଏଲ୍ ଛାଡ଼ିଥିବା କୁହାଯାଉଛି।
ଅନ୍ୟପଟେ ରାଇନା ଯେଉଁଦିନ ଆଇପିଏଲ୍ ଛାଡିବା ନେଇ ଘୋଷଣା ହେଲା ଠିକ୍ ଏହାର ପୂର୍ବଦିନ ଚେନ୍ନାଇ ଦଳର କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିସହ ରାଇନାଙ୍କ ପିଉସାଙ୍କୁ ମଧ୍ୟ କିଛି ଲୋକ ଆକ୍ରମଣ କରି ହତ୍ୟା କରିଥିବାରୁ ସେ ଆଇପିଏଲ୍ ଛାଡ଼ିଥିବା କୁହାଯାଉଛି।

















