ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୦୭ ନୂଆ ପଜିଟିଭ୍
  • ୧୩୫ ଜଣ କ୍ୱାରେଣ୍ଟାଇନରୁ, ୧୭୨ ଲୋକାଲ୍ କେସ୍
  • ସହରର ମୋଟ ପଜିଟିଭ୍ ସଂଖ୍ୟା ୧୦ ହଜାର ୭୩୨କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୦୭ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୭ଶହ ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ ମଧ୍ୟରୁ ୧୩୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୭୨ କେସ୍ ଲୋକାଲ୍ କଣ୍ଟାକ୍ଟ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରର ଓୟୁଏଟି କଲୋନୀରୁ ସର୍ବାଧିକ ୨୦ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବାବେଳେ ସହରର ସମସ୍ତ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ସହରର ଆଉ ୩୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।BGUଏଯାବତ ରାଜଧାନୀରୁ ମୋଟ ୧୦ ହଜାର ୭୩୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୬୬୩୫ ସୁସ୍ଥ ହୋଇସାରିଲେଣି। ଭୁବନେଶ୍ୱରରେ ଏବେ ୪୦୪୩ ଆକ୍ରାନ୍ତ ସକ୍ରିୟ ଥିବାନେଇ ବିଏମସି ସୂଚନା ଦେଇଛି।

Comment