ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ କେବଳ ପୁରୀବାସୀମାନେ ହିଁ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ। ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଅନୁମତି ନାହିଁ। ମଙ୍ଗଳବାର ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଏହି ସୂଚନା ଦେଇଛନ୍ତି।ସରକାରଙ୍କର କୋଭିଡ କଟକଣାକୁ ମାନି ମାତ୍ର ୨୦ ଜଣଙ୍କ ଉପସ୍ଥିତିରେ ପୁରୀବାସୀ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।BGUସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକମାନେ ଶବଦାହ କରାବାକୁ ଆସୁଥିବାରୁ ଏହା କରୋନା ସଂକ୍ରମଣ କାରଣ ପାଲଟିପାରେ। ଏଣୁ କରୋନା ସଂକ୍ରମଣକୁ ନଜରରେ ରଖି ଜୁଲାଇ ମାସରେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ହାଇକୋର୍ଟ ପୁରୀ ସ୍ଵର୍ଗଦ୍ଵାରରେ ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ଶବଦାହ ପାଇଁ ପ୍ରବେଶ ନ କରାଇବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହାପରେ ପୁରୀ ଜିଲ୍ଲାପାଳ ମାସେ ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ବାରଣ କରିଥିଲେ। ଆଜି ସେହି ଅବଧି ଶେଷ ହେଉଥିବା ବେଳେ ଏହାକୁ ସେପ୍ଟେମ୍ଵର ୩୦କୁ ବୃଦ୍ଧି କରିଦିଆଯାଇଛି।

 

 

Comment