ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୫୪୧ ପଜିଟିଭ୍
  • ୨୨୦ ଜଣ କ୍ୱାରେଣ୍ଟାଇନରୁ,୩୨୧ ଲୋକାଲ୍ କେସ୍
  • ସହର ମୋଟ ପଜିଟିଭ୍ ସଂଖ୍ୟା ୧୧,୨୭୩କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୪୧ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୨୧ ଜଣ ଲୋକାଲ୍ କଣ୍ଟାକ୍ଟ ବୋଲି ବିଏମସି ସୂଚନା ଦେଇଛି।

ବିଶେଷକରି ଶୈଳଶ୍ରୀ ବିହାର, ପଟିଆ, ଭୀମପୁର କେଳାବସ୍ତି ଅଞ୍ଚଳରୁ ୧୦ରୁ ଅଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ନୀଳାଦ୍ରି ବିହାର ସେକ୍ଟର ୧ ଓ ସେକ୍ଟର ୨, ନୀଳାଦ୍ରି ବିହାର ବସ୍ତି, ପଟିଆ ବିଗ୍ ବଜାର ଅଞ୍ଚଳରୁ ମଧ୍ୟ ଏକାଧିକ ଲୋକାଲ୍ କେସ୍ ଚିହ୍ନଟ ହୋଇଛି।BGUଅନ୍ୟପଟେ ଆଜି ଭୁବନେଶ୍ୱରର ଆଉ ୩୦୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୯୩୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨୮୨ ଏବେ ବି ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।

Comment