ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୫୫୦ ନୂଆ ପଜିଟିଭ୍
  • ୨୪୩ ଜଣ କ୍ୱାରେଣ୍ଟାଇନରୁ, ୩୦୭ ଲୋକାଲ୍ କେସ୍
  • ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା  ୧୨,୪୦୩କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୫୫୦ ନୂଆ ପଜିଟିଭ୍ କେସ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୪ ଶହ ଟପିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨୪୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୩୦୭ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୩୧ ଜଣ ଗଣମାଧ୍ୟମ କର୍ମଚାରୀ ଥିବା ଜଣାପଡ଼ିଛି। ସେହିପରି ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ୧୮  ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।BGUଅନ୍ୟପଟେ ଆଜି ଭୁବନେଶ୍ୱରର ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୫୨୩କୁ ବୃଦ୍ଧି ପାଇଛି।

Comment